STORYMIRROR

Bidyadhar Mantry

Romance Others

4  

Bidyadhar Mantry

Romance Others

ଚାନ୍ଦ ନା ତୁମେ ତାରା

ଚାନ୍ଦ ନା ତୁମେ ତାରା

1 min
294


ବେତାର ବାଣୀ ରୁ ଭାସି ଆସୁଥିଲା ଗୀତ

"ଚାନ୍ଦ ନା ତୁମେ ତାରା"

ବେଦନା ଭରା ହୃଦୟରେ ମୁଦ୍ରିତ ନୟନେ

ଥିଲି ନିଜକୁ ପାଶୋରା 

କାହିଁକି କେଜାଣି ଭଲ ଲାଗେ ସେଇ ଗୀତ

ଯେତେ ଶୁଣିଲେ ନୂଆ

ସ୍ୱର ବନ୍ଦ ହେଲା ପରେ ଖୋଲିଲି ନୟନ

ସାମନା ରେ ଥିଲ ଠିଆ

କିଛି ବୁଝିବା ଆଗରୁ ଲାଜୁଆ ହସରେ

ଆଖି କହିଲା କଥା

କି କୁହୁକ ଥିଲା ସେଇ ଚାହାଣି ରେ , ହାୟ

କେବଳ ତୁମ ଚିନ୍ତା


ସତରେ ଏବେ କୁହ "ତୁମେ ଚାନ୍ଦ ନା ତାରା"

ମୋତି ନା ତୁମେ ହୀରା

ମନ ଖୋଜୁଛି ଆଜି ସେଇ ଲାଜୁଆ ହସ

ତୁମେ ମୋ ସ୍ବପ୍ନ ଧାରା 

ନିରୋଳା ମୁହୂର୍ତ୍ତେ ଉଜ୍ଜୀବିତ ସେଇ ଦୃଶ୍ୟ 

ଛାଇ ପରି ପ୍ରତ୍ୟୟ

ଲେଖୁଥିବା କବିତା ପଙ୍କ୍ତି ରେ ବି ଜୀବନ୍ତ

ମନ ହୁଏ ଅଥୟ

ବିହଙ୍ଗ କାକଳି ଗୁଞ୍ଜନ ପରି ପ୍ରତ୍ୟୟ

ଭାବାନ୍ତର ମନରେ

ଆନମନା ସୂକ୍ଷ୍ମ ଭାବନାରେ ଡାକେ କିଏ

ସୁଯୋଗ ପୁଣି ଥରେ 

ଓଠରୁ ଝରି ଥିଲା ମାତ୍ର ଚେନାଏ ହସ

ହେଉଛି ପ୍ରତିଧ୍ଵନି

ସେହି ହସ ଅବଶୋଷ ମିଳୁନି କେଉଁଠି 

କାହା କଥା ଶୁଭୁନି

ନିଜକୁ ନିଜେ ପ୍ରଶ୍ନ ପରେ ନିରୁତ୍ତର

ଅଛି କି ମୁଁ ପ୍ରେମରେ

ପ୍ରେମ କଣ ହେଲା ଆରମ୍ଭ ଟିକେ ହସରେ

ଟିକେ ହସ ଆଳରେ  

ପ୍ରେମ ହେଲା ପରି ହେଉ ଅଛି ଅନୁଭବ

ବେଦନା ହୃଦେ ରତ

କେହି ଜଣେ ଆସୁ ଅଛି ମନ ଭିତରକୁ

ପ୍ରେମରେ ବୁଡିନି ତ !

ମନରେ ରହୁଛି ମିଳନ ପାଇଁ ଲାଳସା

କା ହୃଦରେ ଅଛି କି !

ସପନରେ ସେଇ ଛବି ପାଇଁ ବ୍ୟାକୁଳତା

କାହାକୁ କହିବି କି !

କେହି ଜଣେ ହୃଦୟ ଭିତରେ ଅଛି ରହି

ଛାଇ ପରି ରହିଛି

ସେଇ ହସ ,ଶୟନେ ସପନେ ଜାଗରଣେ 

ଆଖି ଆଗେ ନାଚୁଛି

ହୃଦୟ ଗଳିରେ ଅଛି ମତୁଆଲା ଭାବ

ଏବେ ପାଗଳ ପ୍ରାୟେ    

ଗହଳି ଭିତରେ ରହି ଭାବେ ଏକୁଟିଆ 

କିଛି ବୁଝିଲ ପ୍ରିୟେ!


ପୁଣି ଶୁଭୁଛି ଗୀତ "ଚାନ୍ଦ ନା ତୁମେ ତାରା"

ବୋଧେ ପ୍ରିୟା ଆସିବ !

କିଛି ନ ହେଲେ ବି ଥରେ ହସିବ ଲାଜେଇ

ହୃଦ ଶୀତଳ ହେବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance