STORYMIRROR

Panchanan Jena

Romance

4  

Panchanan Jena

Romance

ଅମୃତାନୁଭବ

ଅମୃତାନୁଭବ

1 min
301


କିଛି ଅସରା ପ୍ରେମ କାହାଣୀ 

ଲାଗେ ଅଧାଗଢ଼ା ମରମ ବାଣୀ

ଏକତରଫା ହୋଇ ଗଡୁଥାଏ

ମନ ମନ୍ଦିରେ ସ୍ନେହ ସଳିତାରେ ଜଳୁଥାଏ

ଭଲ ପାଇବାର ନିଃସଙ୍ଗ ନୀରବ ଠାଣି ।


କିଛି ପ୍ରେମ ମିଳନ ପାଇଁ ନୁହଁ

ହାତରେ ହାତ ଛନ୍ଦି ପାର୍କରେ

ବୁଲିବାକୁ ନୁହଁ

ଆଜ୍ଞାତବାସରେ ଗଜୁରେ 

ପତ୍ରେ ପତ୍ରେ ଛତ୍ରେ ଛତ୍ରେ ମାଡ଼େ

ଲମ୍ବେଇ ଡଙ୍କେଇ ବିସ୍ତାରେ 

ଅଜ୍ଞାତସାରରେ ବଢେ ଚଢ଼େ ବାସେ କାନ୍ତାରେ

ଦେହ ମୁଁହ ଦେଖି ଭାବି

ଲେଖୁଥାଏ ନିତି ନୂଆ ଫର୍ଦ୍ଦରେ

ଦେହାତୀତ କଳ୍ପନା ଲୋକରେ ।


କିଛି ପ୍ରେମ ହୃଦୟରୁ ହୁଏ

ମସ୍ତିସ୍କରେ ରହେ

ହସରେ ଦିଶିଯାଏ

ଆଖି ପଲକରେ ଝଲକୁଥାଏ

ମୁଖ ମୟୂଖରେ ଚନ୍ଦ୍ରିକା ପରାଏ

ଆନନ୍ଦ ଆତୁର ଉତ୍ସବ ମୁଖର

ବାରି ହେଉ ଥାଏ 

ବେଶ କେଶ ପ୍ରସାଧନ ଛାଏଁ ଛାଏଁ ।


କିଛି ପ୍ରେମ ବିବାହ ପାଇଁ ନୁହଁ

ବିଛେଦରେ ହିଁ ଦିକ୍ ଦିକ୍ ଜଳୁଥାଏ

କେକ୍ କଟାରେ ନୁହଁ

ଉପବାସରେ ହିଁ ଚିକ୍ ଚିକ୍ ମହକୁ ଥାଏ

ମେସେଜ୍‌ ରେ ନୁହଁ

ଆତ୍ମାରେ ଜୀବନ୍ତ ଥାଏ

ତ୍ୟାଗରେ ତର୍ପଣରେ ମନ ଦର୍ପଣରେ

ମହନୀୟ ମହକୁ ଦହକୁ ଥାଏ ।


କିଛି ପ୍ରେମ ପୁରୁଣା ହୁଏନା

ସବୁ ବେଳେ ଲାଗେ ନୂଆ ନୂଆ

ସ୍ୱପ୍ନରେ ଅମୃତାନୁଭବ

 ଜୀବନର ଶେଷ ଦୀପଶିଖା ଲିଭିବା ଯାଏ

କଳ୍ପନା ବିଳାସରେ ସ୍ପର୍ଶାନୁଭବ

ଅଲିଭା ଅତୀତ ହୋଇ

ଶୟନେ ସପନେ ଅବା ଜାଗରଣେ

ସଞ୍ଜ ସକାଳେ ଅବା ନିଶି ନାଶନେ

ମଗନେ ଗଗନେ ହସାଉଥାଏ ରସାଉଥାଏ

ନୂଆ ଉତ୍ସାହ ଇନ୍ଧନ ଯୋଗାଉ ଥାଏ 

ପ୍ରତି କମ୍ପନେ ହୃଦ ସ୍ପନ୍ଦନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance