କେମିତିକା ଏ ଜୀବନ
କେମିତିକା ଏ ଜୀବନ
ଜୀବନ ଉପରେ କି ବା ଭରସା
ଆଜି ଅଛି କାଲି ନାହିଁ,
ସମୟର ଚକ୍ରବିୟୁରେ ବନ୍ଧା ଏ ଜୀବନ
ଜୀବନ ର ଦୋଷ ଏଠି କାହିଁ |
ସାରୁପତ୍ରରେ କାକର ବିନ୍ଦୁ ପରି
ଟୋପା ଟୋପା ପରା ଏ ଜୀବନ
ସୁଖ ବାଣ୍ଟୁ ବାଣ୍ଟୁ ନିଅଣ୍ଟ ଏଠି
କାହା ପାଇଁ ଗର୍ବ ଅଭିମାନ |
ଧୀରେ ଧୀରେ ଯାଇ ଛାଇ ମେଣ୍ଟୁଛି
କ୍ଷଣ ହଉଛି ଆମ ଆୟୁଷ
ମଉଳି ଯିବା ଆଗରୁ ଫୁଲର ସୁରଭି
ମହାକାଇ ଦିଏ ସଭିଙ୍କ ହୃଦୟେ
ଭରି ସ୍ନେହ ଛିଞ୍ଚି ପ୍ରେମର ପିୟୁଷ |
ଆଲୋକରେ ଥାଇ ବି ଅନ୍ଧ ପାଳୁଟୁଛନ୍ତି
କେତେ ଯେ ଅଛନ୍ତି ଅ ମଣିଷ
ଭିଡ ଭିତରେ ବି ବାରି ହୋଇ ଯାଆନ୍ତି
ନ ଥାଏ ତାଙ୍କ ପାଶେ ହୃଦୟ |
ଚେର ବିନା କେବେ ଗଛ ବଢ଼େନି
ବଢ଼େନି ଶିଶୁ ମା ବିନା
ଋଣୀ ହୋଇ ରହି ଯାଇଥାଏ
ହଉ ନା କାହିଁକି ବଡ଼ ଦଶଗୁଣା l
