Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲୋଚନ ମେହେର

Romance

4  

ଲୋଚନ ମେହେର

Romance

ତୁମକଥା ଭାବେ

ତୁମକଥା ଭାବେ

1 min
307


ଦେଖିଲା ଦିନରୁ ତମ ଚେହେରା ମୁଁ

   ପାରୁନାହିଁ ଜମା ଭୁଲି,

ନିରଳାରେ ବସି ଏହି ମୋ ହୃଦୟ

   ତମକଥା ଭାବେ ଖାଲି ।


ତମ କଥା ଭାବିଦେଲେ ଥରେ

   ମନରେ ଶିହରଣ ଖେଳେ,

କେଜାଣି କାହିଁକି ଏ ହୃଦୟଟା ଜରରେ

   ଧକ୍ଧକ୍ କରିବାକୁ ଲାଗେ।


ମନଲୋଭା ମୁଖରେ ତୁମୋର

  ସ୍ନିଗ୍ଧ ସୈାଦାମିନୀ ହସ,

ଏ ମୋନର ହୃଦୟ ଭିତରେ ଯେ 

   ତମେ କରିଅଛ ବାସ ।


ଆଖି ଦୁଇଟି ଦିଶେ ନୀଳ ନୀଳ

   ପଲକେ କଳା କଜ୍ଜଳ 

କଣେଇ କଣେଇ ଚାହିଁ ଦେଲେ ଥରେ 

    ହୁଏ ମୁଁ ଭାବ ବିହ୍ବଳ ।


ଗୋଲାପୀ ରଙ୍ଗର ଓଠରେ ତୁମର

   ଯେବେ ଦିଅ ମୁଲ୍କି ହସି,

ଭ୍ରମର ପରିକା ଏ ମୋର ମନ

   ତମ ଫୁଲେ ଯାଏ ଫସି ।


କଳା କଳା ଘନ କେଶ ତୁମର

   ଲହଡ଼ି ପରିକା ଖେଳେ,

ପ୍ରେମିକ ଟିଏ ପରି, ମୁଁ ମନ ଭିତରେ

   ତୁମକଥା ଖାଲି ଭାଳେ ।


Rate this content
Log in

Similar oriya poem from Romance