STORYMIRROR

ଲୋଚନ ମେହେର

Classics Fantasy Others

3  

ଲୋଚନ ମେହେର

Classics Fantasy Others

ଦୁର୍ଯ୍ୟୋଧନର ଶ୍ରେଷ୍ଠତା

ଦୁର୍ଯ୍ୟୋଧନର ଶ୍ରେଷ୍ଠତା

1 min
8



ନାୟକ ଅଟେ ଯୁଧୂଷ୍ଠିର ଖଳନାୟକ ଦୁର୍ଯ୍ୟୋଧନ 
ଏହି ମତେ ଓଲଟା ହୁଅଇ ଦୁହିଁଙ୍କର କୀର୍ତ୍ତିମାନ ।

କିଛି କ୍ଷଣ ପାଇଁ ଦୁର୍ଯ୍ୟୋଧନ ନାୟକ ସାଜିଲା 
ମୋ ପୁତ୍ର, ମୋ ଭାଇ କହି ଗୁଣ ଗାନ କଲା ।

ଧୈର୍ଯ୍ୟ ଧରି ନ ପାରି କଲା କି ରୋଦନ ପୁତ୍ରଶବ ଚିହ୍ନି ମହାମାନୀ ଦୁର୍ଯ୍ୟୋଧନ ।

ବଇଲେ ଯେ ପୁତ୍ର ଏକା ସାକ୍ଷୀ ଇହଲୋକ ପରଲୋକର 
ପ୍ରମାଣ କରିଲା ରକ୍ତନଦୀ ପାର କରି ଲକ୍ଷ୍ମଣକୁମାର ।

ଯେତେବେଳେ ଯୁଧିଷ୍ଠିର ସ୍ୱର୍ଗାରୋହଣ କଲେ 
କେହି ମଧ୍ୟ ତାଙ୍କର ସହଯାତ୍ରୀ ହୋଇପାରି ନ ଥିଲେ ।

ଯୁଧିଷ୍ଠିର ଭ୍ରାତା ସାଥୀ ସ୍ତ୍ରୀଙ୍କର ଦୋଷ ପ୍ରକାଶଇ 
ଶୈଯ୍ୟ, ବୀର୍ଯ୍ୟ, ରୂପ, ଗୁଣ ବଳେ ଧର୍ମକୁ ମାପଇ ।

ଯୁଧୂଷ୍ଠିର ଦୋଷୀ ହେଲା, 
ଧର୍ମ ମାପକାଠି ବଳେ ଦୋଷକୁ ବିଚାରୀ ଦୁର୍ଯ୍ୟୋଧନ ଶ୍ରେଷ୍ଠ ହେଲା,
ଗୁରୁ, ଭାଇ, ପୁତ୍ରଙ୍କର ଶ୍ରେଷ୍ଠତ୍ୱ ପ୍ରଚାରି ।


Rate this content
Log in

Similar oriya poem from Classics