ରାଣୀ ମୋର ଦରକାର ନାହିଁ
ରାଣୀ ମୋର ଦରକାର ନାହିଁ
ନ ଆସୁ ପଛେ ସେ ବସନ୍ତ ରାଜ
ଖରାପଛେ ସହିଯିବି,
ଶୀତରାଣୀ ମୋର ଦରକାର ନାହିଁ
ଥରିଥରି ମରିଯିବି ।
ଥୁରୁଥୂରୁ କରି ଶୀତ ଧରା ଛୁଏଁ
ଅସହ୍ୟ ପ୍ରକପେ ତାର,
ଜୀବନ ଥାଉ ଖାଲି ଶରୀରେ ପ୍ରାଣୀଙ୍କ
ରାଣୀ ନାହିଁ ମୋର ଦରକାର ।
କୋଟ, ସ୍ଵିଟର ପିନ୍ଧା ଲୋକଙ୍କୁ ଛାଡି
ଗରିବ ପାଖକୁ ଯାଉଛି ମାଡ଼ି,
ଚିରାଫଟା ପୋଷାକର ଫାଙ୍କବାଟେ
ଜର ଜବରଦସ୍ତି ଶୀତ ମାଡିବସେ ।
ନୂଆ ଫସଲରେ କାକର ବିନ୍ଦୁ
ଦିଶୁଥାଏ ହୀରାଖଣ୍ଡ,
ଭିକାରିମାନଙ୍କୁ ବେଖାତିରି କରି
ଶୀତ ଦେଇଯାଏ ଦଣ୍ଡ ।
ଜିନ୍ନା,ଡ଼ାଫଡିଳ ଫୁଲ ଫୁଟିଥାଏ
ଥଣ୍ଡା ପବନ ପାଇ,
କେଉଁ ସ୍ବେଚ୍ଛାସେବୀ ନଜର ପଡ଼ିଲେ
କନା ଖଣ୍ଡେ ଦିଏ ଯାଇ ।
ତୁମେତ ଦେଖୁଛ ଜନ୍ହ ପରଶରେ
ପ୍ରେମର ଅସୀମ ସ୍ବପ୍ନ,
ସେଇ ଶୀତ ରାତିରେ ଦେଖି କି ପାରୁଣ
ଗରୀବର କରୁଣ ଚିତ୍ର ।
ବିଲାତି, ଗାଜର, ଫୁଲକୋବି ମିଳେ
ଧନୀଙ୍କୁ ଖାଇବା ପାଇଁ,
ଦୁଃଖି, ଦରିଦ୍ରଙ୍କୁ ଢାଙ୍କିହେବା ପାଇଁ
କନା ଖଣ୍ଡେ ମିଳେ ନାହିଁ ।
ସେଥିପାଇଁ କହୁଛି
ଏ ଶୀତରାଣୀ ମୋର ଦରକାର ନାହିଁ ।
