ଫୁଲର ଦେବତା କିଏ ?
ଫୁଲର ଦେବତା କିଏ ?
କେଡେ ସରାଗରେ ଫୁଲଟିଏ ଫୁଟେ
କଣ୍ଟା ର ଗହଣରେ,
ରଙ୍ଗ ବେରଙ୍ଗରେ ସଜେଇ ହୁଏ
ସେ ଆମ ବଗିଚାରେ ।
ଫୁଲର ଦେବତା କାହାକୁ କହିବା
ଯିଏ ତାକୁ ସୃଷ୍ଟି କଲା,
ନା, ଗଛକୁ ବଢେଇ ଯତନ କରି
ଯେ ଫୁଲ ଫୁଟାଇଲା ।
କେତେ ଦୁଃଖ କଷ୍ଟ ଯନ୍ତ୍ରଣା ସହି
ମାଳି ଗଛେ ପାଣି ଦେଲା,
ଯେତେବେଳେ ଗଛେ ଫୁଲ ଫୁଟିଗଲା
ବିଧାତାର ହୋଇଗଲା ।
ଜୀବିକାକୁ ନେଇ ଫୁଲମାଳ ଗୁନ୍ଥି
ମନ୍ଦିରରେ ଯେ ବିକୁଥାଏ,
ଫୁଲର ଅସଲି ଦେବତା ଭାବରେ
ପରିଚିତ କି ସେ ହୁଏ ।
ଫୁଲ ବିନିମୟେ କେଇ ଟଙ୍କା ଦେଇ
ଯିଏ କିଣିନିଏ ତାକୁ,
ଫୁଲର ଦେବତା କହିବାକି ଆମେ
ଟଙ୍କା ଦିଆ ଗ୍ରାହକକୁ ।
ସୋନ୍ଦର୍ଯ୍ୟ ଦେଇ ଯେ ଗଢି ତଳିଅଛି
ସେ ହୁଏ କି ଦେବତା,
ନା, ଫୁଲ ଯାହାପାଖେ ସମର୍ପଣ ହୁଏ
ସେ ହିଁ ତାର ବିଧାତା ।।
