ସ୍ୱାଧୀନତା ଦେଖିଛି
ସ୍ୱାଧୀନତା ଦେଖିଛି
ସ୍ୱାଧୀନତା ଦେଖିଛି
ତୁମ ନଗର ଦ୍ଵାରରେ,
ଯେତେବେଳେ ସେମାନେ
ଅଗ୍ନିକାଣ୍ଡରେ ତୁମ ଘର ଜାଳିଦେଉଥିଲେ ।
ସ୍ୱାଧୀନତା ଦେଖିଛି
ତୁମ ସମାଜ ସଂସ୍କାରରେ
ଯେତେବେଳେ ସେମାନଙ୍କ ଅତ୍ୟାଚାରରେ
ତୁମେ ତାଙ୍କୁ ପ୍ରଣାମ କରୁଥିଲ ।
ସ୍ୱାଧୀନତା ଦେଖିଛି
ତୁମ ମନ୍ଦିରର ବଗିଚାରେ
ଯେତେବେଳେ ସେମାନେ
ଲଙ୍ଗଳ ଯୁଆଳିରେ ତୁମକୁ ହଲ କରୁଥିଲେ ।
ସ୍ୱାଧୀନତା ଦେଖିଛି
ତୁମ ଗାଁ ଦାଣ୍ଡରେ
ଯେତେବେଳେ ସେମାନଙ୍କ ଆକ୍ରମଣରେ
ତୁମେ ଭୟରେ ଲୁଚି ଯାଉଥିଲ ।
ସ୍ୱାଧୀନତା ଦେଖିଛି
ତୁମ ଧରିତ୍ରୀର ଧର୍ଯ୍ୟରେ
ଯେତେବେଳେ ସେମାନେ ହତ୍ୟାକରୁଥିଲେ
ତୁମେ ତାଙ୍କୁ ପ୍ରଶଂସା କରୁଥିଲ ।
ସ୍ୱାଧୀନତା ଦେଖୁଛି
ତୁମ ହାତମୁଠାର ଶକ୍ତିରେ
ଯେତେବେଳେ ତୁମ ପ୍ରତିବାଦରେ
ସେମାନେ ସିଂହାସନ ଛାଡ଼ିଦେବେ ।
ସ୍ୱାଧୀନତା ଦେଖୁଛି
ତୁମ ପୋଖରୀର ଜଳରେ
ଯେତେବେଳେ ଆଇନ୍ ପୁସ୍ତକ, ନୀତି ନିୟମକୁ
କପାଳରୁ ଧୋଇ ଲିଭେଇ ପାରିବ
