ଯୋଗ
ଯୋଗ

1 min

11.5K
ଆସ ମୋ ପ୍ରବାସୀ ଓଡ଼ିଆ ଭାଇ
କ୍ୱାରେଣ୍ଟାଇନରେ ଅଛଯେ ଶୋଇ ।
କରିବା ଯୋଗରେ ଉଠ ସମସ୍ତେ
ଏକା ଏକା ଆଉ ବସିବା କେତେ ।
ଉଠିବା ରେ ନିତି କାଳି ଅନ୍ଧାରୁ
ସୁରୁଯ ଉଦୟ ହେବା ଆଗରୁ ।
ନିତ୍ୟକର୍ମ ସାରି ସବୁ ଆସିବା
ଆସନ ପକାଇ ଯୋଗ କରିବା ।
ନାନା ଆସନରେ କରିବା ଯୋଗ
ଯୋଗଦ୍ୱାରା ଦୂର ହୋଇବ ରୋଗ ।
କରିବା ଆସନ ଓ ପ୍ରାଣାୟମ
ବାଳସୁର୍ଯ୍ୟଙ୍କୁ କରିବା ପ୍ରଣାମ ।
ସକାଳ ପବନ ଦେହକୁ ହିତ
ଚଳ ଚଞ୍ଚଳ ହେବ ଗୋଡ଼ହାତ।
ସୂର୍ଯ୍ୟଙ୍କୁ ଅନାଇ ଟେକିବା ହାତ
କହିବା ଉଦ୍ଧାର ଜଗତ ନାଥ ।
ସଞ୍ଜ ଗଡ଼ିଗଲେ ପଢିବା ଗୀତା
ଆପଣା ମଧ୍ୟେ ରଖିବା ଦୂରତା ।
କରିବା ଭୋଜନ ଆନନ୍ଦ ମନେ
ମାଆ ଅନ୍ନପୂର୍ଣ୍ଣା ଙ୍କୁ ରଖି ଧ୍ୟାନେ ।
ଶୋଇବାକୁ ଯିବା ବିଭୂ ସୁମରି
କରୁଣା କରିବେ ବାଙ୍କ ବିହାରୀ ।