STORYMIRROR

Laxminarayan Sahoo

Inspirational

3  

Laxminarayan Sahoo

Inspirational

ଲୋ ରେଵି ଲୋ ନିଆଁ ଲୋ ଚୁଲି

ଲୋ ରେଵି ଲୋ ନିଆଁ ଲୋ ଚୁଲି

1 min
11.9K


 

 ନିଷ୍ପଲକ ନିଷ୍ପ୍ରଭ ,

ଆକାଶରୁ ଲିଭି ଆସୁଥିବା

ପାହାନ୍ତା ଜ୍ୟୋତିର୍ମୟ ନକ୍ଷତ୍ର,

ତା ଭିତରେ

ଶେଷରେ ବିଲିନ ହୋଇଯାଏ ରେବତୀ !

ମହା ମଡ଼କ ବ୍ୟାଧିରେ ।

  

 କକ୍ଷ ଚ୍ୟୁତ , ବୃନ୍ତ ଚ୍ଯୁତ , ସ୍ଵପ୍ନ ଚ୍ୟୁତ

ହୋଇଯାଏ ନିରିମାଖି,

ନୂଆ ରୂପରେ ନାରୀସଂହାର କରୁଥିବା

ଅଧୁନା ଏ ବ୍ୟାଧିର ଜ୍ଵାଳାରେ ,

ସ୍ଥିର ହୋଇଯାଏ ରେବତୀ

ଆଞ୍ଜୁଳାଏ ପାଉଁଶ ଭିତରେ, ମଶାଣି ଜୁଇରେ।

  

  ରେବତୀର ଟିକି ମନ, ରଙ୍ଗୀନ ହୃଦୟ

ସ୍ଵପ୍ନରେ ବତୁରିବା କ'ଣ ପାପ ଥିଲା ?


  ବାପାଙ୍କ ନିର୍ଭୟ ହାତର ଆଶ୍ରୟ

ମାଆଙ୍କ ନିବୁଜ ଆଖିର ମମତା

ବାସୁ ସାରଙ୍କ ଅକୁହା ପ୍ରେମର ପ୍ରେରଣା

କ'ଣ ପାପ ଥିଲା ?

  

  ପାଠ ପଢିବି ବୋଲି ପିଠିରେ ବସ୍ତାନି ଧରି

ଧାଉଁଥିବା ସାତ ବର୍ଷର ରେବତୀ

ଦୁଷ୍କର୍ମ ରୂପକ , ଏ ଅଧୁନା

ମହା ମଡ଼କ ବ୍ଯାଧିରେ ଆଖି ବୁଜି ଦିଏ ।

  

  ପାଠ ପଢିବି ବୋଲି

ରାଜଧାନୀ ରାଜରାସ୍ତାର ଚଳନ୍ତା ବସ୍ ଭିତରେ

ରେବତୀ ମହା ମଡକର ଶିକାର ହୁଏ ।

  

  ରେବତୀ ମାନଙ୍କ ପାଇଁ ପାଠପଢ଼ା ସ୍ବପ୍ନ କ'ଣ

ଶେଷରେ ପାପ ହୋଇଗଲା ?

 

  ପାଠ ପଢି ଶିକ୍ଷକ ହେଉ କି ଡାକ୍ତର

ରେବତୀ ଆଖି ବୁଜି ଦିଏ ଅଦିନରେ

ସ୍ଵପ୍ନ ଯାଏ ଚୁଲିକୁ

ସେ ନିଜେ ହୋଇଯାଏ ପାଉଁଶ ।

  

  ତେବେ କ'ଣ ସତ ଥିଲା, ସତ ଥିଲା

ବେଦନା ଜର୍ଜରିତ ଜେଜି ବୁଢ଼ୀର

ପାକୁଆ ପାଟିରୁ ଉଚ୍ଚରିତ ହେଉଥିବା

ସେହି ମନ୍ତ୍ର

ଲୋ ରେବି ଲୋ ନିଆଁ ଲୋ ଚୁଲି ।। 

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational