STORYMIRROR

ଲୋଚନ ମେହେର

Romance Tragedy

4  

ଲୋଚନ ମେହେର

Romance Tragedy

ପ୍ରେମର ଅବସୋସ୍

ପ୍ରେମର ଅବସୋସ୍

1 min
10

କେଜାଣି କାହିଁକି.....

     ଭାରି ଅସ୍ତବ୍ୟସ୍ତ ଲାଗେ ମନ  

କେତେବେଳେ ତାର ଭାବନାରେ 

  ପୁଣି କେତବେଳେ ଅବସୋସରେ।


ଗୋଟେ ପାର୍ଶ୍ଵରେ ଅବସୋସର

    ଜୁଇରେ ନୀତି ଜଳୁଛି,

ପୁଣି ଅନ୍ୟ ଏକ ପାର୍ଶ୍ୱରେ 

    ତାର ବିରହାର ଯନ୍ତ୍ରଣା ଭୋଗୁଛି ।


ମୋର ଅସୀମିତ ପ୍ରେମର ସୀମାକୁ 

    କଣ ମାପି ପାରିବ

      ତାର ବିଶ୍ଵାସର ମାପକାଠି,

ମୋର ବିରହ ଜ୍ୱାଳାକୁ 

    କଣ ଲିଭେଇ ପାରିବ 

       ତାର ଆଶ୍ୱାସନା ର ବର୍ଷା। 


କଣ ଯୋଡିଦେଇ ପାରିବ ସେ ପୁଣି 

     ଭାଙ୍ଗିଦେଇ ହୃଦୟକୁ ମୋର,

କଣ ଫେରି ପାରିବ ମୋ ପ୍ରେମ       

    ଅନ୍ୟ ଜଣଙ୍କ ଠାରୁ 

  ଉପହାର ଗ୍ରହଣ କଲା ପରେ ମଧ୍ୟ ।


ବିରହର ବିଷରେ ମୁ ଜର୍ଜରିତ 

    କଣ ଦଂଶିଥିବା ନାଗସାପ ପୁଣି 

ସେହି ସ୍ଥାନକୁ ଫେରି ଆସିପାରିବ ।

କଣ ମୋ ପ୍ରେମ 

      ମତେ ମନେପକାଇ 

         ମୋ ପାଖକୁ ଫେରି ଆସିପାରିବ।


Rate this content
Log in

Similar oriya poem from Romance