ବର୍ଷା ଆବର୍ତ୍ତନ
ବର୍ଷା ଆବର୍ତ୍ତନ
ସ୍ତବ୍ଧ ଏ ଆକାଶ ଆଜି ଅଦୃଶ୍ୟ
କଳାମେଘର ଆଛନ୍ନେ,
ସୁସଜ୍ଜିତ ହୋଇଛି ବରଷା ରାଣୀ
ନୃତ୍ୟର ପ୍ରଦର୍ଶନେ ।
କ୍ଷଣିକ ମଧ୍ୟେ ରୂପା ବିନ୍ଦୁର ଛିଟା
ଛିଞ୍ଚି ଦେଇଗଲା ଧରାକୁ,
ଦ୍ରୁତ ଗତିରେ ବର୍ଷା ପାଣି ସୁଅ
ପ୍ରବାହିତ ହେଲା ନଦୀକୁ ।
ବର୍ଷାର ଗଭୀର ସାୱାର ଶବଦ
ରେଖାପାତକଲା ମନେ,
ପିଲାଦିନର ସେ ସୁବର୍ଣ୍ଣ ମୁହୂର୍ତ୍ତ
ମନେ ପକାଇଲା ଘନେ ।
ଭାସେଇଥିବା କାଗଜ ଡଙ୍ଗାଟି
ବୁଡି ନ ଯାଉ ବୋଲି,
ସବୁଠାରୁ ଏହା କଠିନ ପ୍ରାର୍ଥନା
ଭଗବାନଙ୍କୁ କରୁଥିଲି ।
ନୀଳ ଆକାଶରେ ଇନ୍ଦ୍ରଧନୁ ଦେଖି
ଖୁସିରଙ୍ଗ ଲାଗିଗଲା,
ପ୍ରଚଣ୍ଡ ଘଡଘଡିର ଶବ୍ଦ ହିଁ
ଏକମାତ୍ର ଭୟ ଥିଲା ।
ଝରକାକଡେ ବସି ଗରମ ଖାଦ୍ୟ
ଖାଇବାର ଇଚ୍ଛା ଥାଏ,
ସସ୍ପେଣ୍ଡରେ ଗରମ ଧୂଆଁ ଦେଖି
ମନ ସନ୍ତୋଷ ହୁଏ ।
ଲୋଚନ ମେହେର
ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଓଡ଼ିଆ ବିଭାଗ, ସମ୍ବଲପୁର

