ଦ୍ରୁତଗାମୀ ପ୍ରେମ
ଦ୍ରୁତଗାମୀ ପ୍ରେମ
ମନେ ହେଉନି
ତୁମେ ଶୀଘ୍ର ଚାଲିଗଲ..
ପ୍ରେମ ପ୍ରତିଯୋଗିତାର ଘଡା ଦୌଡ଼ ପରି
ଡେଣାଲଗା ଚଢ଼େଇ ଟିଏ ହୋଇ ।
ମୋର ବ୍ୟସ୍ତ ବହୁଳ ଜୀବନରେ
ତୁମେ ହିଁ ଗୋଟେ ମୋର ଖୁସିର କାରଣ
ମୁଁ ସାମ୍ନା କରିବାକୁ ଡରୁଥିଲି ତୁମବିନା
ମୋର ପ୍ରତିଟି କାରଣକୁ ।
ରାସ୍ତାରେ ମୁଁ ନିର୍ବଧଟା ସହିତ ବଟଚାଲୁଥିଲି
ମନେ ପକାଅ ତ...
ତୁମେ ମୋ ହାତ ଧରି ଟାଣିନେଉଥିଲ
ମୋର ସର୍ବଛ ଖୁସି ପ୍ରଦାନ ନିମନ୍ତେ ।
ମୋ ଆଙ୍ଗୁଠି ଧରି
ଏଇ ଝିପି ଝିପି ବର୍ଷାରେ
ଆମେ କେତେ ଖେଳ ଖେଳୁଥିଲେ
ଆମକୁ ପରିହାସ ସହିତ
ଆକାଶରେ ବିଜୁଳି ଖେଳିଲେ
ମୁଁ ତୁମକୁ ପାଖରେ ଧରି ଜୋର୍ ରେ ଚାପିଦିଏ ।
ବିରହି କବି କହେ....
ବର୍ଷାଟା କୁଆଡେ ବିରହର ମାସ
କିନ୍ତୁ ବର୍ଷାଋତୁ ପରେ ପରେ
ଆମେ ଟିକେ ଅଧିକା ଝଗଡ଼ା ଲାଗୁଛୁ ।
ଶୀତରେ ତୁମ ଦେହ ଥରୁଥିଲେ ମଧ୍ୟ
ମୁଁ ତୁମ ପାଖରେ ସୋଇ ପାରୁନି
ମୁଁ ତୁମକୁ ଆଉ ଜୋର୍ ରେ ଚାପି ଧରି ପାରୁନି ।
ମୁଁ ଜାଣେ ଯେ...
ତୁମେ ମୋ ପାଇଁ ସର୍ବଶ୍ରେଷ୍ଟ
ତୁମକୁ ପାଇଁ ମୁଁ ଧନ୍ୟ ମଧ୍ୟ
ଫେରିଆସ ଏହାକୁ ଧୀର କରିବାକୁ ଚେଷ୍ଟା କରିବା
ସମସ୍ତ ଅତୀତକୁ ଭୁଲି
ଭବିଷ୍ୟତ ଜୀବନର ଗତିକୁ ମନ୍ଥର କରିଦେବା ।

