Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲୋଚନ ମେହେର

Abstract Others Children

4  

ଲୋଚନ ମେହେର

Abstract Others Children

ମାତୃଭାଷା

ମାତୃଭାଷା

1 min
126



ବିଶ୍ଵ ଦରବାରେ ଭାଷା ମହାରଥୀ

    ରଖିଗଲେ କେତେ ଯଶ,

ସେହି ଯଶ କୀର୍ତ୍ତି ଆଗେଇ ନେବାରେ

   ଭାଷା ପ୍ରେମୀଗଣ ଆସ ।


ରଚିଥିଲେ ମାତୃଭାଷାରେ କର୍ଣାର୍କ

    ଭଗ୍ନରୂପ କୀର୍ତ୍ତି ରାଜି,

ବିଶ୍ଵ ଇତିହାସେ ଶୀର୍ଷ ସ୍ଥାନ ଦେଲେ

    ସାହିତ୍ୟ ପୁରଧା ସାଜି ।


ପ୍ରାଚୀନ ଐତିହ୍ୟ ଇତିହାସ ନେଇ

    ହୋଇଛି ସେ ପରିପୃଷ୍ଟ,

ସାହିତ୍ୟ କ୍ଷେତ୍ରରେ ସବୁଭାଷା ଠାରୁ

    ମାତୃଭାଷା ମୋ ଉତ୍କୃଷ୍ଟ ।


ଆମ ମାତୃଭାଷା ବିନାଶ ପାଇଁ କି

   ପଡୋଶୀ ଟେକିଲେ ମଥା,

କେତେ ଆନ୍ଦଲନେ ଦୃଢ ଜବାବରେ

   ତାଙ୍କ ଚେଷ୍ଟା କଲେ ବୃଥା ।


ଦୁଃଖ କଷ୍ଟ ସହି ଭାଷାକୁ ଆମର

    ରଥିଥିଲେ ସେ ବଞ୍ଚାଇ,

 ଆମେ ଯଦି କାଲି ଇଂରାଜୀ କହିବା 

  ଲୋଡାଥିଲା କାହା ପାଇଁ ।


ଓଡ଼ିଆ ଭାଷା ଆମ ମାଆ, ମାତୃଭାଷା 

    କରିବାନି କେବେ ପର,

ଏବେ ଯଦି ତାକୁ ସୁରକ୍ଷା କରିବା

    ଭବିଷ୍ୟତକୁ ନାହିଁ ଡର ।।


Rate this content
Log in

Similar oriya poem from Abstract