Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲୋଚନ ମେହେର

Romance

4  

ଲୋଚନ ମେହେର

Romance

ଖୋଜୁଛି ମୁଁ ତୁମକୁ

ଖୋଜୁଛି ମୁଁ ତୁମକୁ

1 min
342


ଖୋଜୁଛି ମୁଁ ତୁମକୁ ଆକାଶ ହୋଇ 

   ଏଇ ବାଦଳ ମଧ୍ୟରେ,

କାଳେ ଭାସି ଯାଇଥିବ ଭସା ବାଦଲ ପରି

   ଏଇ ସମୟର ସୁଅରେ ।


ଖୋଜୁଛି ମୁଁ ତୁମକୁ ନଦୀଟିଏ ହୋଇ

   ଏଇ ବିଶାଳ ସମୁଦ୍ରରେ,

କାଳେ ମୋ ପ୍ରତି ଅଭିମାନ କରି ଲୁଚିଥିବ

    ଏଇ ସମୁଦ୍ର ଗର୍ଭରେ ।


ଖୋଜୁଛି ମୁଁ ତୁମକୁ ପକ୍ଷୀଟିଏ ହୋଇ

    ଏଇ ସବୁଜଶସ୍ୟ କ୍ଷେତ୍ରରେ,

କାଳେ କୀଟଟିଏ ହୋଇ ଲଖିଯାଇଥିବ 

    ସୁନ୍ଦର ଶସ୍ୟ ବକ୍ଷରେ ।


ଖୋଜୁଛି ମୁଁ ତୁମକୁ ପଥିକଟିଏ ହୋଇ

    ଏଇ ଦୂର ପାହାଡ଼ରେ,

କାଳେ ଝରଣା ହୋଇ ତୁନି ପଡ଼ିଥିବ

    ପଶୁପକ୍ଷୀଙ୍କର ଭୟରେ ।


ଖୋଜୁଛି ମୁଁ ତୁମକୁ ମଧୂମକ୍ଷୀ ହୋଇ

    ଏଇ ବୃହତ୍ ଜଙ୍ଗଲରେ,

କାଳେ ଫୁଲଟିଏ ହୋଇ ରହିଯାଇଥିବ 

    ଏକ ବୃକ୍ଷର ଶରୀରରେ ।


ଖୋଜୁଛି ମୁଁ ତୁମକୁ ଓଟଟିଏ ହୋଇ

   ଏଇ ସୁଦୂର ମରୁଭୂମିରେ,

କାଳେ ବରଷା ହୋଇ ବରଷି ଯିବ ବୋଲି

   ଏଇ ତୃଷାକ୍ତ ଜୀବନରେ ।।


Rate this content
Log in

Similar oriya poem from Romance