ପ୍ରେମ ସ୍ପର୍ଶ
ପ୍ରେମ ସ୍ପର୍ଶ
ପ୍ରିୟା ଆଜି ତୁମ ଉଷୁମ ସ୍ପର୍ଶରେ
ଶ୍ରିହରଣ ଖେଳିଗଲା,
ଲୀନ ହୋଇଥିବା ପ୍ରେମର ଗର୍ତ୍ତରେ
ଜଳରାଶି ଭରିଗଲା ।
ପ୍ରଜାପତି ପରି ତୁମରି ଏ ଓଠ
ଚୁମିଦେଇ ଚାଲିଗଲା,
ମାଦକତା ଭରା ଏ ମୋର ଓଠରେ
ଆଦ୍ରତା ଆସିଗଲା ।
ତୁମ ଆଳୀଙ୍ଗନେ ଏ ମୋର ମନରେ
ଝଡ଼ ବର୍ଷା ସୃଷ୍ଟି ହେଲା,
ପ୍ରେମର ସ୍ପର୍ଶରେ ଦେହକୁ ମୋହର
ଓଦା କରି ଦେଇଗଲା।
ବାନ୍ଧିହୋଇଗଲା ହାତ ଦୁଇଟି ମୋର
ତୁମ ବାହୁ ବନ୍ଧନରେ,
ଲୁଚି ଯିବାକୁ ଅଧିର ଏ ମୋର ମନ
ପ୍ରେମର ଘଞ୍ଚ ଅରଣ୍ୟରେ ।
ସକାଳୁ ସକାଳୁ ପ୍ରାତଃ ସମୟରେ
ତୁମ ଛୁଆ ଟିକେ ପାଇ,
ଉତ୍ତପ୍ତ ଶରୀର ଶାନ୍ତ ହୋଇଗଲା
ଶିଶିର ବିନ୍ଦୁଟେ ହୋଇ ।।

