STORYMIRROR

ଲୋଚନ ମେହେର

Classics Crime Inspirational

4  

ଲୋଚନ ମେହେର

Classics Crime Inspirational

ପ୍ରପଞ୍ଚ ଜ୍ଞାନ

ପ୍ରପଞ୍ଚ ଜ୍ଞାନ

1 min
0


ଶିକ୍ଷଣ ପାଇଁ କି ପୁରାଣ ଶାସ୍ତ୍ର
     ରଚିଗଲେ ସୁଧିଜନ,
ମନ୍ଦକର୍ମେ ଲିପ୍ତ ଏ ମହା ମାନବ
     ପାଇ ପ୍ରପଞ୍ଚ ଜ୍ଞାନ ।

ଆଚରେ ବିଚାରେ ଶୟନେ ଭାଜନେ
       ଭୁଲି ହିତାହତ ଜ୍ଞାନ,
ମଜ୍ଜନ୍ତି ନିରନ୍ତେ ପ୍ରାଣୀଙ୍କ ଅନିଷ୍ଠେ
      ହରିନିତ୍ୟ ପରଧନ ।

ସୀତାଙ୍କୁ ରାବଣ କଲା କି ହରଣ
      ରାମାୟଣେ ପଡେ ହୁରି,
ପ୍ରପଞ୍ଚ ଜ୍ଞାନେ ଆଜିର ମାନବ
     ମାନବଠୁ କରେ ଚୋରି ।

ଦୁଃଶାସନବଳେ ଏ ଭାରତ ବର୍ଷ
    ଶ୍ରେଷ୍ଠ ଗଣଦୁଷ୍କର୍ମ ପାଇଁ,
ବସ୍ତହରଣ ଶିଖିଲାକି ଆଜି
     ହସ୍ତିନାପୁରକୁ ଯାଇ ।

ଯୋଶଦାଙ୍କୁ ଛାଡ଼ି ମଥୁରାପୁରକୁ
    କୃଷ୍ଣ ଚାଲିଗଲେ ବୋଲି,
ବୃଦ୍ଧ ପିତାମାତାଙ୍କୁ ପୁତ୍ରବଧୂ ପୁଣି
     ବୃଦ୍ଧାଶ୍ରମେ ଦେଲେ ଛାଡ଼ି ।


Rate this content
Log in

Similar oriya poem from Classics