*ନିର୍ଲଜ ପ୍ରେମିକ*
*ନିର୍ଲଜ ପ୍ରେମିକ*
ଲୋକେ କୁହନ୍ତି....
ପ୍ରେମ କରୁଥିବା ବ୍ୟକ୍ତିଟା ନିର୍ଲଜ
ସତରେ....ପ୍ରେମ କରି
ଆଜି
ମୁଁ ସାଜିଛି ନିର୍ଲଜ ପ୍ରେମିକ ।
କଥା ହେବାକୁ କୁହେ ତ
ପାଠ ପଢ଼ାର ସଫେଇ ଦେଇ
ଆଉ କାହା ସହ ପ୍ରେମ ପାଠ ପଢ଼
ପଚାରିଲେ...
ମନ ଗଢା କାହାଣୀ କୁହ ।
ସବୁ ଜାଣି ମଧ୍ୟ...
କିଛି ନ ଜାଣିଲା ପରି ଭୁଲିଯାଏ
ତୁମେ କରିଥିବା ବାରମ୍ବାର
ସେଇ
ଗୋଟିଏ ଭୁଲକୁ ।
କେତେ ବା ସହିବ...
ଏ ନିର୍ଲଜ ପ୍ରେମିକ ମନ
ତଥାପି....
ତୁମେ ଆଉ ମୋର ହେଇନାହଁ ଜାଣି
ବାରମ୍ବାର ସ୍ବୀକାର କରିଛି
ତୁମ ପ୍ରେମ ଭିକ୍ଷାକୁ।
କାଲିଠୁ ମୁଁ ଆଉ ଫେରିବିନି
ତୁମେ ବି ମୋତେ ଖୋଜିବନି
ଯଦି ଅଛପା ରହେ ଭୁଲ କଣ
ଥରେ ପଚାରିବ ତୁମ ସାଙ୍ଗମାନଙ୍କୁ
ସେମାନେ କହିବେ ।
ମୁଁ ମଶାଣିରେ ଜଳିଲେ
ତା ପରେ ତମେ ବୁଝିପାରିବ
କାହିଁକି ପରିଚିତ ମୁଁ,
ନିର୍ଲଜ ପ୍ରେମିକ ନାଁ ରେ.... ।

