Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲୋଚନ ମେହେର

Romance

3  

ଲୋଚନ ମେହେର

Romance

ପ୍ରେମର କଦମ୍ବ ବନ

ପ୍ରେମର କଦମ୍ବ ବନ

1 min
360


କଦମ୍ବ ବନରେ ବରଷା ଆସିଲା

   ଫୁଟିଲା ପ୍ରେମର ଫୁଲ,

ପାଖୁଡ଼ା ମେଳରେ ହସୁଅଛି ପ୍ରିୟା

    ପ୍ରେମ ତା ଅମୂଲ ମୂଲ ।


ମାଳତୀ ଲତାରେ କଦମ୍ବ ବନରେ

   ବର୍ଷା ପ୍ରେମେ ମତୁଆଲ,

ତା ପ୍ରେମ୍ ଭିତରେ ବାନ୍ଧି ରଖିବାକୁ

   ବିଛାଇଛି କେଉଁ ଜାଲ। 


ଶେଫାଳୀ ଫୁଲରେ ହସୁଛି ମୋ ପ୍ରିୟା

    ହସ ତାର ଧଳା ରଙ୍ଗ,

ପ୍ରେମର ଶେଯରେ ଖେଳେ ମୋ ସହିତ

    ଭରିଦେଇ ପ୍ରେମ ରଙ୍ଗ ।


ସବୁଜ କ୍ଷେତରେ ଖଦ୍ୟତ କୀଟ 

    ଗାଏ ପ୍ରେମର ସଙ୍ଗତ,

ବରଷା ରାତିରେ ପ୍ରେମପକ୍ଷୀ ଦୁଇ

    ରମଣୀ ପ୍ରେମେ ସଭିତ ।


ବନ ଲତା କୁଞ୍ଜ ଗହନ ବନରେ

    ରଚଇ ଆନମନା ନୃତ୍ୟ,

ପ୍ରେମ ବରଷାର ସଙ୍ଗମେ ଅଙ୍କୁରେ 

    ଥିଲା ଯେତେ ଭୃଣ ସୁପ୍ତ ।


ଉଦ୍ଭିଦ ମଧ୍ୟରେ ସଜ୍ଜିତ ମୋ ପ୍ରିୟା

   ପିନ୍ଧି ସବୁଜ ରଙ୍ଗ ଶାଢୀ,

ପ୍ରେମର ସ୍ପର୍ଶରେ ହୃଦୟ ଭିତରୁ

   ବିରହକୁ ଦେଲା କାଢ଼ି ।



Rate this content
Log in

Similar oriya poem from Romance