STORYMIRROR

ଲୋଚନ ମେହେର

Classics

4  

ଲୋଚନ ମେହେର

Classics

ବୋଇତ ବନ୍ଦାଣ

ବୋଇତ ବନ୍ଦାଣ

1 min
315

କାର୍ତ୍ତିକ ଆରମ୍ଭେ ନରନାରୀ ଗଣ

   ଧରମ କରନ୍ତି ମାସେ,

କାର୍ତ୍ତିକ ଶେଷରେ ପୂର୍ଣ୍ଣିମା ତିଥିରେ

   ଭସାନ୍ତି ଡଙ୍ଗା ହରଷେ ।


ପିଆଜ, ରସୁଣ ଅଦାକୁ ନ ଖାଇ

   ପାଳନ୍ତି ଧରମ ମାସ,

ଡଙ୍ଗା ସାଥିରେ ପାପକୁ ଭସାଇ

   କରନ୍ତି ବ୍ରତ ଶେଷ ।


ଚତୁର୍ଦ୍ଦଶୀ ଦିନ ସର୍ବ ସାଧାରଣ

   ରହନ୍ତି ଉଜଗରରେ,

ପ୍ରଭାତରୁ ଉଠି ସ୍ନାନ ସାରିଦେଇ

   ଭସାନ୍ତି ଡଙ୍ଗା ଆନନ୍ଦରେ ।


ଆ- କା ମା ବୈ ପାନ ଗୁଆ ଥୋଇ

  ପାନ ଗୁଆ ତୋର

     ମାସିକ ଧର୍ମ ମୋର ।


ଶୁଭ ପୁଣ୍ୟ କାର୍ତ୍ତିକ ତିଥିରେ ସାଧବେ 

   ଯାଆନ୍ତି ବାଣିଜ୍ୟ କରି,

ବିଦେଶେ ବେପାରୁ ଫେରନ୍ତି ସାଧବେ

   ହୀରା ଲୀଳା ମୋତି ଧରି ।


ଧନ ବୈଭବରେ ପୂର୍ଣ୍ଣ ଏ ଉତ୍କଳ

   ଗର୍ବିତ ଭାରତ ମାଟି,

ନୌବାଣିଜ୍ୟ କୀର୍ତ୍ତି ସେ ଅତୀତ ସ୍ମୃତି

   ଗର୍ବିତ ବଣିକ ଜାତି ।


Rate this content
Log in

Similar oriya poem from Classics