Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲୋଚନ ମେହେର

Tragedy

3  

ଲୋଚନ ମେହେର

Tragedy

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି

1 min
174



ଘରକୁ ସଜେଇ ଅନ୍ଧାର ଦୂରେଇ

   ମାଟିଦୀପ ଟିଏ ଜାଳି,

ନିଆରା ଢଙ୍ଗରେ ପାଳନ କରିବା

  ଆଲୋକର ପର୍ବ ଦୀପାବଳି ।


ଧରା ପୃଷ୍ଠରେ ଅବତୀର୍ଣ୍ଣ ହୋଇ

  ପୂଜା ହେବେ ଶ୍ୟାମକାଳୀ,

ବିପଦ ଆପଦୁ ଉଦ୍ଧାର କରିବେ

  ଦେବେ ସେ କରୁଣା ଢାଳି ।


ଦୀପାବଳୀ ଦିନ ପ୍ରଭୁ ରାମଚନ୍ଦ୍ର

  ଅଯୋଧ୍ୟାକୁ ଥିଲେ ଫେରି,

ସ୍ଵାଗତ ଉଦେଶ୍ୟରେ ସହର ବାସି

   ଜାଳିଥିଲେ ଦୀପ,ଦିପାଳୀ ।


ଆନନ୍ଦ ଉଲ୍ଲାସେ ମା ଲକ୍ଷ୍ମୀ ଙ୍କୁ

   କରନ୍ତି ସର୍ବ ପୂଜନ, 

ସନ୍ତୁଷ୍ଟ କରି ମା'ଙ୍କ ଠାରୁ ପ୍ରାପ୍ତ 

   କରନ୍ତି ଧନ ରତନ ।


ନିଷ୍ଠା ଭକ୍ତିରେ ଅମାବାସ୍ୟା ତିଥିରେ

  ପୂଜନ୍ତି ମା ଶ୍ୟାମକାଳୀ,

ବଡବଡୁଆଙ୍କୁ ଡାକନ୍ତି ପୁଣି  

  କାଉଁରିଆ କାଠି ଜାଳି ।


ପିଲାମାନେ ସବୁ ଫଟକା ଫଟାନ୍ତି

   ପୃଥିବୀକୁ ଧୂଆଁ ଛାଡ଼ି,

ଆନନ୍ଦ ଲଭନ୍ତି ନିଶ୍ଚଳ ମନରେ

    ଶବ୍ଦ ପ୍ରଦୂଷଣ କରି ।


ଘରେଘରେ ମାଆ ତିଆରି କରନ୍ତି

   ପିଠାପଣା ସଙ୍ଗେ ମିଠା,

ଖୁସିର ସମ୍ଭାରେ ଖାଆନ୍ତି ସଭିଏଁ 

   ମନକୁ ନ କରି ଖଟା ।


ଭାଇ ବନ୍ଧୁ ସଭିଏଁ ଏକାଠି ମିଶି

   ନ କରି ଆମେ କଳି,

ମହାଆନନ୍ଦରେ ପାଳନ କରିବା

  ଆଲୋକର ପର୍ବ ଦୀପାବଳି ।


Rate this content
Log in

Similar oriya poem from Tragedy