Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Romance Tragedy

3  

Sukadev Mahanta

Romance Tragedy

ତୁମ ବିଚ୍ଛେଦରେ

ତୁମ ବିଚ୍ଛେଦରେ

1 min
142



କେବେ ତୁମ ଆସ ସପନରେ

ଗୋପନରେ ନିଝୁମ୍ ରାତିର ପ୍ରହରରେ

ନେଇଯାଅ ହାତଧରି ଅଜଣା ସହରେ

ନିଦ ଭାଙ୍ଗି ଯାଏ ମୋର

 ତୁମ ବାସ୍ନାୟିତ ଓଠର ଚୁମ୍ବନରେ

ସପନଟା ସରିଯାଏ ମୋର ସେହି ମୁହୂର୍ତ୍ତରେ

ଭରିଗଲା ପରି ଲାଗେ ଚତୁର୍ଦ୍ଦିଗ

   ତୁମ ଦେହର ବାସ୍ନାରେ

ତୁମ କଥା ଭାବି ଭାବି ସରିଯାଏ ରାତି

କେତେବେଳେ ମୋ ଅଜାଣତରେ .।


କେବେ ତୁମେ ଆସ ପୁଣି

 କୁଆଁତାରା ଖୋସିଣ ଗଭାରେ

ପ୍ରଭାତର ସିନ୍ଦୂରାୟିତ   

   ଆକାଶର ପଥଧାରେ

କଅଁଳ କଅଁଳ କାକର ଭିଜା 

      ଘାସର ଦେହରେ

ମୁକ୍ତାସମ ଜାଜ୍ଜ୍ବଲ୍ୟମାନ 

     କାକର ଟୋପାରେ

ସକାଳର ଶାନ୍ତ ଆକାଶେ 

  ମୋତିଝରା ଅରୁଣିମାରେ

ହାସ୍ୟମୟି  ଲାସ୍ୟମୟି 

  ସ୍ନାନ ଫେରା ଭିଜା ବସନ ଭିତରେ  

ସ୍ବପ୍ନାଦେଶେ ନେଇଯାଅ  

   ତୁମ ଅଧରର ମଧୁଝରା ହସରେ ।


କେବେ ତୁମେ ଆସ 

   ପୂର୍ବାହ୍ନର ସ୍ପଷ୍ଟ ଅରୁଣିମାରେ

ଲାସ୍ୟମୟ ହାସ୍ୟମୟ  

   ତରଙ୍ଗାୟିତ ଗୋଲାପୀ ଅଧରେ

ସୁକୋମଳ ହାତରେ 

     ଲାଲ ଗୋଲାପଫୁଲ ତୋଡାରେ

ହସ ହସ ବଦନରେ  

    ପ୍ରୀତିର ଅପୂର୍ବ ପୁଲକରେ

ସିକ୍ତ କରିଦିଅ ହୃଦ ପ୍ରାଣ 

 ତୁମ ମିଠା ଦ୍ବିପଦ କଥାରେ

ଗଢିଦିଅ ସମ୍ପର୍କର ଆୟନୀୟ ବନ୍ଧ 

       ଅଜାଣତେ ଆମ ମଧ୍ୟରେ

ଦିନପରେ ଦିନ ଗଡିଯାଏ 

     ସେହି ମଧୁମୟ ସମ୍ପର୍କରେ ।


କେବେ ତୁମେ ଆସ ପୁଣି

     ନୀଳ ଗଗନ ନୀଳିମାରେ

ଆକାଶ ସମ ବିଶାଳ ହୃଦୟରେ 

         ସମ୍ପର୍କର ନିବିଡତାରେ ।


ମେଘର ମହ୍ଲାରରେ 

   ଘଡଘଡି ଶବଦରେ 

     ଚପଳା ଚମକରେ

କୋଟି କୋଟି ତାରାଗଣ ମେଳେ   ।


     ଦିଗନ୍ତ ବିସ୍ତାରି ପୂର୍ଣ୍ଣିମାର ଜହ୍ନ ରାତିରେ

ଆକାଶର ନିସ୍ତବ୍ଧତାରେ

   ଦିଗଙ୍ଗନା ଦେବୀଙ୍କ ନିର୍ଦ୍ଦେଶରେ

ଆକାଶର ନୀଳପରିଟିଏ ହୋଇ

   ଆସ ତୁମେ ମୋର ଭାବନାରେ

 ଭାବାନ୍ତର ସୃଷ୍ଟିହୁଏ କ୍ଷଣକରେ  

   ଝିଙ୍କାରିର ଝିଁ ଝିଁ ଝଙ୍କାରରେ।


 ତୁମେ କେବେ ଆସି ପୁଣି  

    ଦେଖାଦିଅ ପ୍ରେମର ତାଜମହଲରେ

କେଦାର ଗୌରୀର ପବିତ୍ର ମନ୍ଦିରେ

        କୋଣାର୍କର ଭଗ୍ନସ୍ତୁପପରେ

ଭାବନାର ସାଗର ଢେଉରେ  

    ଉତ୍ତାଳ ଜୁଆରରେ ଅବା ଭଟ୍ଟାରେ

ସାଗରରେ ଭାସମାନ  ନଉକାରେ  

     ମୃଦୁ ମନ୍ଦ  ପବନର ହିଲ୍ଲୋଳରେ

ଗୋଧୂଳିର ହମ୍ବା ରଡି ଭିତରେ

     ସଞ୍ଜବତୀ ଜାଳି ବଧୂବେଶରେ

ସବୁ ସୁଖ ଦୁଃଖ ସାଥିଟିଏ ହୋଇ

   ଅର୍ଦ୍ଧାଙ୍ଗିନୀ ରୂପେ ମଧୁଶଯ୍ୟାରେ

ଆଖିର ପଲକରେ 

  ସ୍ମୃତିର ଆଇନାରେ

    ସୁମଧୁର ଭାବନାରେ ।


କେବେ ପୁଣି ଆସ ତୁମେ 

ଭାବନା ଆକାଶ ଅଙ୍ଗନରେ

ଦିନ ଯାଏ ସରି ରାତି ଯାଏ ପାହି 

ଭାବନାରେ ତୁମ ବିରହରେ

ଚତୁର୍ଦ୍ଦିଗ ଲାଗେ ଶୂନ୍ୟ

      ତୁମ ବିଚ୍ଛେଦରେ

ସତେ ଅବା ବନ୍ଦୀଟିଏ

ନିର୍ବାସିତ ନିର୍ଜନ ଦ୍ୱିପରେ ।


 ସମ୍ପର୍କର କୋଣାର୍କ ଭାଙ୍ଗିଯାଏ 

    ଆବଶ୍ୟକତା ସରିଗଲାପରେ

ହିସାବ ନିକାଶ କରୁ କରୁ 

ଉଭା ଚିତ୍ରଗୁପ୍ତ ପଞ୍ଜିକା ହାତରେ

କିଛି କହିବା ଆଗରୁ 

 ଚାଲିଯାଅ ତୁମେ ଦୂରେ ବହୁ ଦୂରେ 

ସବୁଦିନ ପାଇଁ ସ୍ମୃତିଟିଏ ହୋଇଯାଅ

 ମୋ ବିଦଗ୍ଧ ପ୍ରାଣରେ

ଦଂଶନ କରି ହୃଦୟକୁ ମୋର 

    ଝରିଯାଅ ଚକ୍ଷୁ ଲୋତକରେ ।


Rate this content
Log in

Similar oriya poem from Romance