STORYMIRROR

Dr.Ashok kumar Sethi

Tragedy

3  

Dr.Ashok kumar Sethi

Tragedy

ଉଜୁଡା ମନ

ଉଜୁଡା ମନ

1 min
145


ସବୁ ଶଦ୍ଦ ଶେଷ ହୁଏ 

ଲୁହ ବିନିମୟରେ

ସତ କହିଲେ ଝଡ଼ ଆସିବ

ନିଜ ନିଶ୍ୱାସ ନିଜକୁ ଜାଳିଵ

ଅସମ୍ପୂର୍ଣ୍ଣ ମନ ବାଟ ବଣା ହବ 

ଠିକଣା ପାଇବନି।


ବିରହ ମନ ନେଇ 

ବଞ୍ଚିବାର ଅଭିନୟ 

ନିସଙ୍ଗ ତାଳଗଛ ପରି

ଆକାଶକୁ ଅନାଇ ଖୋଜୁ ଥିବ 

ସପ୍ତରଙ୍ଗୀ ଇନ୍ଦ୍ରଧନୁର କଳ୍ପନା 


ତିକ୍ତ ଅନୁଭୁତି

ପିଛିଲା ଦିନରସୃତିର

ଛିଣ୍ଡା ଡାଇରୀର ପୃଷ୍ଠା ସବୁ

ଅଣ ଚାଷ ପବନରେ 

ଏଣେ ତେଣେ ବିଛୁଡି ପଡ଼ିଛି।

ନିଜ ଭିତରେ ଦୁଖ ଆପଣା ଉଛି

ସମ୍ପର୍କ ଆଜି ଉଜଡା କ୍ଷେତ

ଆଶା ବୈତରଣୀ

ବାଲୁକାମୟ ହାରି 

କାନ୍ଦୁଛି।


ଶାମୁକା ଭିତରେ ମୁକ୍ତା ମିଳେନି

ଭାଗ୍ୟ ଭଗବାନ ଦେଇ ଛନ୍ତି 

ଅମାନିଆ ଶିଶୁ ପରି ଅଳିରେ

ହୁଏତ ମିଳିପାରେ।

ନିୟତିର ନିୟମ

ଛାଟ ମାରିଲେ ମିଳେନି

ସୁର୍ଯ୍ୟ ଅସ୍ତ ହେଲେ 

ମନ ଭାଙ୍ଗି ବଞ୍ଚିବାକୁ ହୁଏ

ଉଜଡା ମନ ନେଇ।



Rate this content
Log in

More oriya poem from Dr.Ashok kumar Sethi

Similar oriya poem from Tragedy