STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ପରିପୂର୍ଣ୍ଣ ଥିଲା ଘରଟି ଆମର

ପରିପୂର୍ଣ୍ଣ ଥିଲା ଘରଟି ଆମର

1 min
200


ଖୁସି ଆନନ୍ଦରେ କଟୁ ଥିଲା ଦିନ

  ନଥିଲା ଚିନ୍ତାର ଭାବ,

ପତିପତ୍ନୀ ମଧ୍ୟେ ଥିଲା ପ୍ରେମ ଭାବ

  ଥିଲାଟି ସେବାର ଭାବ।


ପିତୃମାତୃ ସେବା ହେଉ ଥିଲା ଘରେ

  ସମଭାବ ଥିଲା ଗୃହେ,

ଦଇବ କି କଲା ତାଣ୍ଡବ ଗୃହରେ

  ଅନ୍ଧକାର ଆଜି ଗୃହେ।


ପତ୍ନୀଟି ମୋହର ଛଳନା କରୁଛି

  ଗୃହେ ନ ରହିବ ସେହୁ,

ଝଗଡା କରୁଛି ଦିନରାତ୍ରି ସେହୁ

  ରହିବ ଶହରେ ସେହୁ।


ଝଗଡା ତାହାର ଛଳନା ତାହାର

  ପିତୃମାତୃ ଥାନ୍ତୁ ଗୃହେ,

ସନ୍ତାନେ ଘେନିଣ ଶହରେ ରହିବ

  ମନ ଇଚ୍ଛା ନାହିଁ ଗୃହେ।


ଚିନ୍ତିତ କରୁଛି ପତ୍ନୀର ଛଳନା

  ଦେଖି ତାର ଅଭିନୟ,

ପିତୃମାତୃ ମୋର ଗୃହରେ ରହିବେ

 ମନ ହେଉଛି ଅଥୟ।


ବୃଦ୍ଧ ବୟସରେ ପୁଅ ବହୁ ପରା

  ଜୀବନ ସାହାରା ତାର,

ପତ୍ନୀ କଥା ମତେ ଚିନ୍ତିତ କରୁଛି

  କରିକି ପାରିବି ଦୂର।


ପିତୃମାତୃ ସେବା ଜୀବନେ ସର୍ବୋଚ୍ଚ

  ସାକ୍ଷାତେ ଦିଅଁଦେବତା,

ପଦ ଧୂଳି ତାଙ୍କ ମଥାର ଚନ୍ଦନ

  ବୁଝିବା ତାଙ୍କରି ବ୍ୟଥା।


କର୍ତ୍ତବ୍ୟ ପଥରେ ମୂଲ୍ୟ ଅଟେ ଶ୍ରେଷ୍ଠ

  ପିତୃମାତୃଙ୍କର ସେବା

ଛଳନାର ମୂଲ୍ୟ ନାହିଁ କର୍ମପଥେ

  କରୁଥିବି ନିତ୍ୟେ ସେବା।


ପ୍ରେମରେ କହିଲା ପତ୍ନୀକୁ ଯାଇଣ

  ସହରେ ରହିବା ଆମେ,

ଅଫିସ ରହିଛି ସହରେ ମୋହର

  ଆନନ୍ଦେ ରହିବା ଆମେ।


ସନ୍ତାନେ ପଢିବେ ଶହର ସ୍କୁଲେ 

  ଆନନ୍ଦ ହେଉଛି ଅତି,

ପିତୃମାତୃ ମଧ୍ୟ ସହରେ ରହିବେ

   ଛଳନା ନକର ନିତି।


ଶାଶୁ ଶଶୁରଙ୍କ କରୁଥିବୁ ସେବା

  କର୍ତ୍ତବ୍ୟ ତହର ପରା,

ଖୁସି ହୋଇ ଯାଅ ପ୍ରେୟସୀ ମୋହର

  ଆନନ୍ଦେ ରହିବା ପରା।


ଶିକ୍ଷିତ ହୋଇବେ ସନ୍ତାନ ଆମର

  ହେବେଟି ବଡ଼ ମନୁଷ୍ୟ,

ପିତୃମାତୃ ସେବା ଧର୍ମଟି ମାଆର

  କର୍ତ୍ତବ୍ୟ ଅଟେ ମନୁଷ୍ୟ।


ହସି ଦେଲା ପତ୍ନୀ ଖୁସିରେ କହିଲା

  ସତ୍ୟ କହୁଅଛ ତୁମେ,

କେଉଁ ଜ୍ଞାନ ମୋର ହୃଦୟେ ଜାଗିଲା

  କରିଲା ଦୁଃଖିତ ତୁମେ।


ପିତୃମାତୃ ଯିବେ ସଙ୍ଗରେ ଆମର

  ତାଙ୍କ ସେବା କରୁଥିବି,

ଗୃହର କାର୍ଯ୍ୟରେ ହେଳା କରିବିନି

  ପଦ ତୁମ ସେବୁ ଥିବି।


ସରିଗଲେ କାର୍ଯ୍ୟ ଘରକୁ ଆସିବା

 ଘରଟି ଆମ ସରଗ,

ସନ୍ତାନ ପାଇଁ ହିଁ ଶହରେ ରହିବା

 ଗୁରୁଜନ ସେବା ଆଗ।


ପତ୍ନୀ କଥା ଶୁଣି ମନ ପ୍ରଫୁଲ୍ଲିତ

 ମନବାଞ୍ଛା ପୂର୍ଣ୍ଣ ହେଲା,

ରହିଲୁ ଶହରେ ପିତୃମାତୃ ସଙ୍ଗେ

 ଶୁଭ ହିଁ ଶୁଭ ହୋଇଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy