STORYMIRROR

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ଅବୁଝା ନାୟକ

ଅବୁଝା ନାୟକ

1 min
202

ମୋ ଭାଗ୍ଯରେ ସଂଯୋଗ ଘଟିଲା

ଅଫିସର ଫାଟକ ସାମ୍ନାରେ

ତୁମସହ ମୋର ଶେଷ ଦେଖା

ମୋର ବିଦାୟ ବେଳାର ଲୋତକ

ଆଜି ସବୁ ସ୍ମୂତି ପାଲଟି ଯାଇଛି ।


ଚାହୁଁ ଚାହୁଁ ତିରିଶଟି ବସନ୍ତ ସରିଗଲା

ମାତ୍ର ତିରିଶଟି ଦିନ ପରି ଲାଗୁଛି

ତୁମସହ ଅଫିସରେ ବିତିଥିବା

ସେ ଅଭୁଲା ଦିନ ସବୁ 

ତୁମେ ମୋତେ କହିଗଲ

ଆଉକଣ ଫେରି ଆସିବ ସେ ଦିନ ?


ତୁମେ ଗଲାବେଳେ ନେଇଗଲ

ଜୀବନର ଯେତେ ସବୁ ହସ ଖୁସି

ନିଜର ମନ ଭରା ସବୁ କଥା 

ରହିଗଲା ଅଫିସର ଚାରିକାନ୍ଥ ଭିତରେ

ଆଉ ସେଦିନ ଫେରିବନି

ତୁମେ ଉପହାର ସୂରୁପ ଦେଇଥିଲ

କେବଳ ହସ ଦୁଃଖର ଅସରା ଲୁହ

ତିରିଶ ବସନ୍ତ ସରିବାପରେ

ମୁଁ ବାଟବଣା ଯାଯାବର ପାଲଟିଛି ।


କାହା ସାମ୍ନାରେ କହିବିନି କେବେ

ତୁମେ ମୋ ସହ ଦେଖାର ପ୍ରଥମ ସ୍ମୁତି

ଭାବିନେବି ତୁମସହ ଦେଖାର

ମୋ ଜୀବନର ଏକ ସଂଯୋଗ

ମୁଁ ଆଜି ଅବୁଝା ପ୍ରେମିକ

କଳଙ୍କିତ ଦିଗହରା ନାୟକ

ତଥାପି ମୁଁ ଅଫିସର ଫାଟକକୁ ଚାହିଁ

କରିଛି ଅପେକ୍ଷାରେ

ପୁଣି କେବେ ଦେଖି ହୋଇପାରେ

କିଛି ସମୟ ପାଇଁ ।


 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy