STORYMIRROR

jyotsna mayee panda

Romance Tragedy

3  

jyotsna mayee panda

Romance Tragedy

ପ୍ରେମ ସପ୍ତାହ.

ପ୍ରେମ ସପ୍ତାହ.

1 min
259

ଭୁଲିଯାଥିଲି ନିଜକୁ ତୁମର ସେ

ଭଲ ପାଇବାର ଭିତରେ.l


ଅନେକ କିଛି ପାଇଛି ଆଉ

ଅନେକ କିଛି ହରେଇଛି

ତୁମର ସେ ଭଲ ପାଇବା ଭିତରେ.

ତଥାପି ଜୀବନ ର ପଶାପାଲି ରେ

ଜୀବନ କୁ ବାଜି ଲଗେଇଛି

କେବଳ ତୁମରି ପାଇଁ I


ମୁଁ ଚାହେଁନି ସେ ସାତ ଦିନ ର

ପ୍ରେମ ସପ୍ତାହ ପାଳିବାକୁ

ମୁଁ ଚାହେଁ ସବୁଦିନ କେବଳ

ତୁମର ହୋଇ ରହିବାକୁ l


ମୁଁ କେବେ ଭଲ ପାଏ ନି

ସେ ସଜ ଗୋଲାପ କୁ.

.ମୁଁ ଚାହେଁ ତୁମର ସେ

ନିରୁତା ଭଲ ପାଇବାକୁ

ମୁଁ କେବେ ଚାହେଁନି

ତୁମର ସେ ମୂଲ୍ୟବାନ ଉପହାର କୁ

ମୁଁ ଭଲ ପାଏ ତୁମେ ଦେଇଥିବା

ସେ ଦିପଟ ଶଙ୍ଖା ଆଉ ଟୋପାଏ ସିନ୍ଦୁର କୁ

ମୁଁ ଚାହେଁନି ସେ କ୍ଷଣ କର ଆଲିଙ୍ଗନ କୁ

ମୁଁ ଭଲ ପାଏ ତୁମର ସେ ବାହୁବଳୟ ରେ

ସବୁଦିନ ପାଇଁ ସୋଇ ଯିବା କୁ l


ମୁଁ କେବେ ଭଲ ପାଏ ନା

ସେ ଚକଲେଟ ର ମଧୁରତାକୁ

ମୁଁ କେବଳ ଚାହେଁ ତୁମର ସେ

ମଧୁର ଭଲ ପାଇବା କୁ

ମୁଁ ଚାହେଁନି ତୁମ ପ୍ରେମିକା ହେବାକୁ

ମୁଁ ଚାହେଁ ସବୁଦିନ ପାଇଁ

ତୁମର ସାବିତ୍ରୀ ହୋଇ ରହିବାକୁ l


ମୁଁ ଚାହେଁନି ସେ ମିଛ ପ୍ରତିଶୃତି ରେ ବଂଚିବା କୁ

ମୁଁ ଚାହେଁ ସାରା ଜୀବନ ନିସର୍ତ୍ତ ରେ

ତୁମକୁ କେବଳ ଭଲ ପାଇବାକୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance