STORYMIRROR

Subhalaxmi Nayak

Tragedy

3  

Subhalaxmi Nayak

Tragedy

ଅଲିଭା ଦାଗ

ଅଲିଭା ଦାଗ

1 min
216

ଝଡ଼ ଆସେ ଯେବେ

ଚାଲିଯାଏ ଛାରଖାର କରି

କିନ୍ତୁ ରହିଯାଏ ଅଲିଭା ଦାଗ

ଝଡ଼ର ବ୍ୟାପକତା ତାହାର

ପୂର୍ବାଭାଷରୁ ନୁହେଁ,

ଶେଷ ହେବା ପରେ

ନିସ୍ତବ୍ଧ ବାତାବରଣ ହିଁ

ସୂଚାଇ ଦିଏ।


ମନ ଭିତରେ ହେଉ ଅବା

ପ୍ରକୃତି କୋଳରେ

କୁହୁଡ଼ିର ଧୂଆଁ ହଟିଯିବା ପରେ

ହଜିବା ଆଉ ଖୋଜି ପାଇବା

ଧୂଆଁର ଚକ୍ରବ୍ୟୁହ ଭିତରେ

ତାରତମ୍ୟ ଯେଉଁ ସମୟର

ଏଇତ ଅସଲ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy