ବାନ୍ଧିଛି ମୋନରେ ପ୍ରୀତିର ବସା
ବାନ୍ଧିଛି ମୋନରେ ପ୍ରୀତିର ବସା
ସପନର ନାୟିକାକୁ ନେଇ ମନରେ
ମୋର ଅସରନ୍ତି ଆଶା,
ଚଢ଼େଇର ବସା ପରି ମୋ ହୃଦୟରେ
ବାନ୍ଧିଛି ପ୍ରୀତିର ବସା ।
ପ୍ରୀତିର ସ୍ପର୍ଶରେ ପୂଳକି ଉଠଇ
ଏଇମ ସାଗର ସିନ୍ଧୁ ,
ସତେ କି ଅବା ଗଢିଅଛି ବିହି
ପୁନେଇ ଚାନ୍ଦର ବିନ୍ଦୁ ।
ଭଲ ପାଉଥିବା ନାୟିକାକୁ ମୋର
ମୁଁହ ଖୋଲି କହିପାରେନା,
ପ୍ରତୀକ୍ଷାରେ ତାର ପାଏ ମୁଁ ଆନନ୍ଦ
ପ୍ରାପ୍ତିରେ ମିଳି ପାରେନା ।
ହୃଦୟର ଭାଷା, ମନର ଭାବନା
ବୁଝଇ ପ୍ରେମ ପ୍ରେମିକ,
ତୃଷାର୍ତ୍ତ ଜୀବନେ ଚାତକ ମନରେ
ଭରେ ଆଶାର ପୁଲକ ।
ଜୀବନର ପଥ ସଂଘର୍ଷର ମୟ
ଚାଲିବାକୁ ହେବ ଏକା,
ତୁମେ ଯୋଦି ପ୍ରିୟା ସାଥେ ଚାଲୁଥିବ
ବାଟ ପଡ଼ିଯିବ ଫିକା ।
ତୁମେ ପରା ମୋର ପ୍ରେମର କବିତା
ଉଦାସୀ ମନର ଭାଷା,
ମୁହିଁ ଯେ ଏହି କବିତାର ଲେଖକ
ଲେଖୁଛି ପ୍ରେମର ପରିଭାଷା ।
କେତେ ବୁଝାଇବି ବୁଝି ଯେ ପରୁନ
ନିରୀହ ମନର ଭାଷା ,
ତୁମକୁ ନେଇ ମୋ ହୃଦୟ ଭିତରେ
ବାନ୍ଧିଛି ପ୍ରୀତିର ବସା ।