STORYMIRROR

Jagannath Mandal

Romance

3  

Jagannath Mandal

Romance

ଭିଜା ଭିଜା ବରଷା

ଭିଜା ଭିଜା ବରଷା

1 min
167

ଭିଜା ଭିଜା ଏଇ ବରଷା ରାତିରେ,

ତନୁମନ ଖେଳେ ଅଜଣା ତାତିରେ,

ମନ କହେ ଆଜି ଯାଆନ୍ତି ମାତିରେ,

ପ୍ରେୟସୀର ପ୍ରେମ ମହକ ସାଥିରେ।


ହୃଦୟରେ ଉଠେ ଘନ ଶିହରଣ,

କରଥାନ୍ତି ଯଦି ପ୍ରିୟାକୁ ବରଣ,

କିଏ ଅବା କରି ଥାଆନ୍ତା ବାରଣ,

ରଚିବାକୁ ତାର ସାଥେ ରତି ରଣ।


ମଝିରେ ମଝିରେ ମାରୁଛି ବିଜୁଳି,

ବିଜୁଳି ଦିଶୁଛି ମୋର ପ୍ରିୟା ଭଳି,

ଲାଗୁଅଛି ସିଏ ମୋ ସାଥିରେ ଖେଳି,

ବାଦଲର ଉହାଡରେ ଲୁଚକାଳି।


ସପନ ରାଇଜେ ମୁହିଁ ଭାଷି ଭାଷି,

ଆଜି ଏ ରାତିରେ ଭାବେ ବସି ବସି,

ଏମିତି ସେ ମୁଖ ଯାଉଛି ଝଲସି,

ସେହି ରୁପ ବଳୁ ପାରେନାହିଁ ଖସି।


ଅଭିଳାଷା ଏକ ରହିଛି ମନରେ,

ଦେଖନ୍ତିକି ତାକୁ ଏଇ ନୟନରେ,

ବସେଇ ହୃଦୟ ଦେଶ ଆସନରେ,

ଭିଜାଅନ୍ତି ନିତି ପ୍ରେମ ବ୍ୟସନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance