STORYMIRROR

Jagannath Mandal

Comedy

4  

Jagannath Mandal

Comedy

ଗୁରୁ ମାନଙ୍କର ଦୁର୍ଦ୍ଦଶା

ଗୁରୁ ମାନଙ୍କର ଦୁର୍ଦ୍ଦଶା

1 min
392


ନିଆଁ ଧୁଆଁ ଦେଇ ଦୀପକୁ ବୁଲେଇ,

ବାଳକ ବାଳିକା ଗଣ,

ପୂଜା କରୁଥିଲେ ଆନନ୍ଦ ମନରେ,

ଧାଡି କରି ଜଣ ଜଣ।


ଦୁବ ବଦଳରେ ଘାସ ପୁଳା ପୁଳା,

ବିଲରୁ ଛିଣ୍ଡେଇ ଆଣି,

ଫୋପାଡନ୍ତି ଆମ ଉପରକୁ ସବୁ,

ବନ୍ଦାପନା କରି ପୁଣି।


ଦୀପ ବୁଲେଇଲେ ମୁହଁ ପାଖେ ପାଖେ,

ଗରମ ପ୍ରବଳ ହୁଏ,

କିନ୍ତୁ ଏହି କଷ୍ଟ ଦାନ୍ତକୁ ଦେଖେଇ,

ସବୁ ସହିବାକୁ ହୁଏ।


ଚାଉଳକୁ ଫୋପାଡନ୍ତି ଛୁଆଗୁଡା,

ଟେକା ଓ ପଥର ଭଳି,

କିଛି ଗଳିପଡେ ଗାଲରେ ବାଡେଇ,

କିଛି ଯାଏ ଓଠେ ଗଳି।


କିଏ ସେ ଦେଲାଣି ବରାକୁ ସିଙ୍ଗଡା,

ତା ସାଥୀରେ ରସଗୋଲା,

କିଏ ଖୁଆଇଲା ସେଓ କୁ ବେଦନା,

ତା ସାଥେ ଦେଶୀ କୋଲା।


ସୁନୁପାମ୍ପୁଡିରୁ ଖଣ୍ଡେ ଖଣ୍ଡେ କିଏ,

ଦେଉଛି ସନ୍ଦେଶ ସହ,

ଖାଇଯାଉଥାଏ ସବୁଥିରୁ ମୁହିଁ,

ଲାଜକରି ଅହରହ।


ଆଉ କିଏ ଅଣି କେକ୍ ଗୋଟିଏ,

କାଟିବାକୁ ଦେଲା କହି,

ଯେମିତି କଟିଛି ମୋହରି ମୁହଁରେ,

ପ୍ରଥମେ ଦେଲେ ଲଗେଇ।


ଏମିତି ହୋଇଛି ଗୁରୁଦିବସରେ,

ଶିକ୍ଷକ ମାନଙ୍କ ଦଶା,

ଏତେ ମୁଁ ଖାଇଛି ଗୋଟେ ମାସ ଯାଏ,

ଆଉ ଉଡିବନି ହଂସା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy