STORYMIRROR

Jagannath Mandal

Comedy

3  

Jagannath Mandal

Comedy

ଇନ୍ଦ୍ରଙ୍କ Acidity

ଇନ୍ଦ୍ରଙ୍କ Acidity

1 min
140

ତିନିଦିନ ତଳେ ଇନ୍ଦ୍ରଦେବ କାଳେ,

ପୃଥିବୀକୁ ଆସିଥିଲେ,

ବରା ଓ ପିଆଜି ଦଶରୁ ବାରଟା,

ସଞ୍ଜ ବେଳେ ଠୁସିଥିଲେ।


ବରା ପିଆଜିକୁ ହଜମ କରିବା,

ନୁହଁଇ ଏତେ ସହଜ,

ଗ୍ୟାସ୍ ଯୋଗୁ ବୋଧେ ତଳିପେଟ ତାଙ୍କ,

ହୋଇଲା ଭାରି ଦରଜ।


ଜୀରା ଲୁଣ ଖାଇ ଜୁଆଣିକୁ ପିଇ ,

ରାତିରେ ହାଲିଆ ହେଇ,

ଅଶ୍ବିନୀ କୁମାର ଡାକ୍ତର ପାଖକୁ,

ଦଉଡି୍ଲେ ପେଟ ନେଇ।


ଅଶ୍ବିନୀ କୁମାର advice ନେଇ,

ଇନ୍ଦ୍ର ପାଣି ପିଉଥି୍ଲେ

ତାଙ୍କ ଟାଙ୍କି ଯେବେ ହେଇଗଲା,

ପୃଥିବୀକୁ ଛାଡିଦେଲେ।


ଯେତେ ପାଣି ପିଉଛନ୍ତି ଇନ୍ଦ୍ର ବାବୁ,

ସେତେ ଢାଳୁଛନ୍ତି ଏଠି,

ବରଷା ରୁପରେ ପୃଥିବିରେ ପଡେ,

ଇନ୍ଦ୍ରଙ୍କର acidity ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy