STORYMIRROR

Jagannath Mandal

Others

3  

Jagannath Mandal

Others

ଏମିତି ମନ ଦୁର୍ଦ୍ଦଶା

ଏମିତି ମନ ଦୁର୍ଦ୍ଦଶା

1 min
219

କାହାକୁ କହିବି ଏ ମନ ଦୁର୍ଦ୍ଦଶା 

ଶୁଣିବ ଏଇଠି କିଏ?

କେମିତି କହିବି ଜାଣିପାରେନାହିଁ 

ସେଥିପାଇଁ ଲେଖିଦିଏ।


ଲେଖିଲା ବେଳରୁ ଝରୁଅଛି କାହିଁ 

ନୟନରୁ ଧାରେ ଲୁହ 

କାହିଁକି ମୋ କଥା ଶୁଣେନାହିଁ ଏଇ

 ଛାତି ତଳ ମନ କୋହ।


ରାତିରେ ଶାନ୍ତିରେ ଶୋଇପାରେନାହିଁ 

ଯେଉଁ ଅତୀତକୁ ଭାଳି 

ସ୍ମୃତି ଭିଜା ଏଇ ନିଆଁର ଧାସରେ 

ଯାଏ ନିତି ଜଳି ଜଳି।


କେତେଦିନ ଆଉ ଏମିତି ଜଳିବା 

ଜୀବନେ ରହିଛି ବାକି 

କେତେ ରାତି ଆଉ ଏମିତି କାଟିବି 

ନିଜକୁ ନିଜେ ମୁଁ ଫାଙ୍କି।


ନିତିଦିନ କରେ ମିଛରେ ମିଛରେ 

ହସିବାର ଅଭିନୟ 

ଏକୁଟିଆ ଥିଲେ ହୋଇଯାଏ ମୋର 

ଲୁହ ସାଥେ ପରିଚୟ।


ଏମିତି ବଞ୍ଚିବା ଅପେକ୍ଷା ଭାବୁଛି 

ମରିଗଲେ ଭଲ ହେବ 

ଜୀବନର ଦୁଃଖ ମରଣ ସହିତ 

ମୋତେ ଛାଡି ଚାଲିଯିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍