STORYMIRROR

Jagannath Mandal

Others

4  

Jagannath Mandal

Others

ଲଭ୍ ମ୍ୟାରେଜ୍ ରେ ପୁଅ

ଲଭ୍ ମ୍ୟାରେଜ୍ ରେ ପୁଅ

1 min
350


ଦୁଇ ପ୍ରକାରର ମ୍ୟାରେଜ୍ ପ୍ରୋସେସ୍,

ଅଛି ଆମ ଦୁନିଆରେ,

ଲଭ୍ ମ୍ୟାରେଜ୍ ଆରେଞ୍ଜ ମ୍ୟାରେଜ୍,

ଭାଇ ମୋର ଜାଣି ଥା ରେ।


ଦୁଇଟି ଯାକର ବିବାହରେ ଖାଲି,

ହନ୍ତ ସନ୍ତ ହୁଏ ପୁଅ,

ଆଜିକାଲି ଥରେ ମ୍ୟାରେଜ୍ କରିବା,

ଫାଶୀଠୁ ଅଳପ ନୁହଁ।


ପ୍ରଥମେ କହୁଛି ପ୍ରେମ ବିବାହରେ,

ପୁରୁଷ ମାନଙ୍କ ଦଶା,

ନିତି ନିତି ଏଇମିତି ଏ ପୁରୁଷ,

ହୋଇଥାନ୍ତି ଲୋକହସା।


ପ୍ରଥମେ ବାପା ଓ ମାଆକୁ ବୁଝେଇ,

ବିବାହ ହୋଇଲା ପରେ,

ସ୍ତ୍ରୀ ମାନଙ୍କର ପ୍ରକୃତିରେ କାହିଁ,

କରେଣ୍ଟ କେଉଁଠୁ ମାରେ।


ଏପଟେ ନିଜର ଜନ୍ମ କଲା ବୋଉ,

ସ୍ତ୍ରୀ ସାଥେ କଳି କରି,

ରାତି ହେଲେ ବସିଥିବ ରାଗିଯାଇ,

ନିଜହାତେ ଝାଡୁ ଧରି।


ପୁଅ ବୁଝେଇଲେ ସ୍ତ୍ରୀ କୁ ନିଜର ,

ମା କହେ ମାଇପ ବୋଲା,

ବୁଝେଇଲେ ଆସି ମାଆକୁ ଏପଟେ,

ସ୍ତ୍ରୀ କହେ ମୋତେ ଭୁଲିଲା।


ଝିଅର ଜନନୀ ମୁଣ୍ଡ ପୁରେଇକି,

ଝିଅ ଘରେ ବାର ବାର,

ଝିଅର ସୁନାର ସଂସାରକୁ କରେ,

ନିଜହାତେ ଚୁର ଚୁର।


ଏଇ ଦୁଇ ଜନ୍ତୁ ମଧ୍ୟରେ ପୁରୁଷ,

ଦାନ୍ତ ମଧ୍ୟେ ଜିଭ ପରି,

ନିତି ବଞ୍ଚିରହିଥାଏ ମଲାଯାଏ,

ଏଇମିତି ମରି ମରି।


ଦୁହିଁଙ୍କୁ ଯେହେତୁ ପୁରୁଷ ହୃଦୟ,

ଜୀବନଠୁ ବେଶି ଚାହେଁ,

ମରିପଡି ମଧ୍ୟ ଦୁହିଁଙ୍କର ଖୁସି,

ପାଇଁ ଚେଷ୍ଟା କରିଥାଏ।


ନିଜ ମାଆ ରୂପ ମ୍ୟାରେଜ ର ପରେ,

ଦେଖିବାକୁ ହୁଏ ନିତି,

ସେହିପରି ନିଜ ପତ୍ନୀକୁ ଚିହ୍ନିବା,

କଷ୍ଟକର ଅଟେ ଅତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍