STORYMIRROR

Jagannath Mandal

Romance Fantasy

4  

Jagannath Mandal

Romance Fantasy

ଶୀତରାତିରେ ପ୍ରିୟା

ଶୀତରାତିରେ ପ୍ରିୟା

1 min
257


ଯାଅ ନାହିଁ ଏହି ଶୀତ ରାତିଟାରେ,

ପାଖରୁ ଦୁରେଇ ତୁମେ,

ଚାଲିଗଲେ ତୁମେ ଶୀତ ବଢିଯିବ,

ବିରହର ଋତୁ ନାମେ।


ଏଇ ତ ସରିଛି ଦୁଇଦିନ ତଳେ,

ପ୍ରଥମ ପ୍ରଣୟ ଲୀଳା,

ଦୁଇଟି ଦେହରେ ଏ ଯାଏ ହୋଇନି,

ଦାମ୍ପତ୍ୟ ଅମୃତ ବୋଳା।


ଶରୀରର କ୍ଷୁଧା ମେଣ୍ଟି ମେଣ୍ଟି ଯାଉ,

ରାତିର ବୟସ ସହ,

ହୃଦୟ ଆକାଶେ ଆନନ୍ଦ ଲହରୀ,

ଖେଳୁଥାଉ ଅହରହ।


ଏଇ ଦେହ ବାସନାରେ ବାସି ଉଠୁ,

ସେଇ ଦେହ ସବୁ ଠାବ,

ସେ ଦେହ ସୁଗନ୍ଧ ନଦୀରେ କେଉଁଠି,

ହଜାଇ ଦେଇଛି ନାବ।


ଉତ୍ତାପ ପ୍ରେମର ପ୍ରଶମିତ ହେଉ,

ଉତ୍କୃଷ୍ଟ ମିଳନ ବଳେ,

ଉନ୍ମୋଚନ ହେଉ ନୁତନ ସମ୍ଭାର,

ପ୍ରଣୟର କୈାତୁହଳେ।


ଏତିକିରେ ଥକି ଗଲେ କି ହୋଇବ,

ଏଇ ଶୀତ ରାତି ଶାନ୍ତ,

ଆସ ହଜିଯିବା ହଜି ଭିଜିଯିବା,

ହୃଦୟ କରି ପ୍ଲାବିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance