STORYMIRROR

Jagannath Mandal

Romance

3  

Jagannath Mandal

Romance

ବଞ୍ଚିବାକୁ ଚାହେଁ

ବଞ୍ଚିବାକୁ ଚାହେଁ

1 min
209

ଯେତେ ରୋକିଲେ ବି କଥା ମାନେ ନାହିଁ ଲୁହ 

ଆଖି ଦେଇ ଯନ୍ତ୍ରଣା ବହୁଛି ଅହରହ।

ତା ସାଥିରେ ଉଠେ କାହିଁ ହୃଦୟରୁ କୋହ 

ଯେବେ ଆଖି ଆଗେ ଭାସିଯାଏ ତାର ମୁହଁ।


ବଞ୍ଚିବାକୁ ହେବ ମୋତେ ବଞ୍ଚିବାକୁ ହେବ 

ତା ବିନା ଜୀବନେ ସ୍ମୃତି ସଞ୍ଚିବାକୁ ହେବ 

ନିତି ରାତି ଏକା ଲୁହ ପିଇବାକୁ ହେବ 

ଲୁହ ପିଇ ହସି ହସି ଜୀଇଁବାକୁ ହେବ।


ପ୍ରଥମ ପ୍ରେମକୁ କିଏ ଭୁଲିଛି ଜୀବନେ 

ଏ ଜୀବନ ଥିବାଯାଏ ରହିଥିବ ମନେ 

ଏମିତି ରହିଛି ସିଏ ହୃଦୟ ସ୍ପନ୍ଦନେ 

ଭୁଲି ହେବ ନାହିଁ ଭୁଲିବାକୁ ଚାହିଁ ଦିନେ।


ଆଉ ଜୀବନରେ କେବେ ସେ ଆସିବ ନାହିଁ 

ତାର ବ୍ୟତିରେକ ମନେ ଆସିବେନି କେହି 

ଆଉ କେତେ ଦିନ ବଞ୍ଚିବି ମୁଁ ଦୁଃଖ ସହି 

କେବେ ଦିନେ ଏ ଜୀବନ ହାରିଦେବି ମୁହିଁ।


ଯେଉଁ ଜୀବନ ତା ସାଥେ ଚାହେଁ ବଞ୍ଚିବାକୁ 

କେମିତି ହାରିବି ମୋର ସେଇ ଜୀବନକୁ 

ସବୁ ସହି ଅଛି ଚାହିଁ ମୁଁ ସେଇ ଦିନକୁ 

ଯେଉଁ ଦିନ ସେ ବୁଝିବ ମୋର ଏ ମନକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance