Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Romance

3  

kahnu charan sahu

Abstract Romance

ସଞ୍ଜ ଚାହିଁ ବସିଥାଏ

ସଞ୍ଜ ଚାହିଁ ବସିଥାଏ

1 min
164


ଜାଣିଛୁ ପାଗିଳୀ

ତୋ ଆସିବା ଖୁସିରେ 

ତୋ ସାଥିରେ ସୁଖ ଦୁଃଖ ହେବା ଆଶାରେ

କିଛି ପାଗଳାମି କରିବା ଜିଦିରେ

ସରିଆସୁଥିବା କାମରୁ ବିରତି ନେଇ

ସଞ୍ଜ ଚାହିଁ ବସିଥାଏ ।


ମୋ ଉପରେ ତୁ ରାଗିଲେ

ହସିହସି ସବୁ ସହିବାକୁ ଚେଷ୍ଟା କରେ

ହେଲେ ଯେବେ ତୋ ଆଖିରୁ ଲୁହ ଝରେ

ମୋ ଛାତିରେ ଅଗଭୀର କୋହର ଢେଉ ଉଠେ

ତୋ' ଲାଜୁଆ ଚାହାଣୀରେ ଦରଦ ଦେଖି

ମୋ ଆଖିରୁ ଆପେ ଆପେ ରକ୍ତର ଧାର ଛୁଟେ ।


ଜାଣିନି ତୁ ଅନୁଭବ କରିପାରୁ କି ନାଁ

ହେଲେ ମୁଁ ତତେ ମୋ'ଜୀବନର ଉଇଲନାମାରେ

ଚୁକ୍ତି ସ୍ବାକ୍ଷର କରି ସାରିଛି

ତୋ ସବୁ ହସଖୁସି ସୁଖଦୁଃଖ

ମାନ ଅପମାନ, ରାଗରୁଷା ଅଭିମାନକୁ 

ମୋ ଛାତିର ସ୍ପନ୍ଦନ କରିବାକୁ ।


ଈଶ୍ୱରଙ୍କୁ ସବୁବେଳେ ଡାକେ

ତୋ ଜୀବନରେ ହସଖୁସି ଭରିଦେବା ପାଇଁ

ଅଜଣା ମଣିଷରୁ ଚିହ୍ନାହେଇ ତୋ ସହ

ସବୁ ମୁହୂର୍ତ୍ତକୁ ଆପଣାର କରିବାର ପ୍ରୟାସ କରେ ।



Rate this content
Log in