ସରଳ ରେଖା
ସରଳ ରେଖା
ସଞ୍ଜନଇଁ ଆସୁଥାଏ
ନୂଆ ସକାଳକୁ ହାତଠାରି
ବିକଳାଙ୍ଗ ମନ ଅସ୍ତ୍ରୋପଚାର କରୁଥାଏ
ଭାଙ୍ଗିଯାଉଥିବା ହୃଦୟର କ୍ଷତାକ୍ତକୁ ବାରି ।
ଆକାଶକୁ ନିଜ ମୁଣ୍ଡରେ ମୁଣ୍ଡେଇବାକୁ
ସଜ ହେଉଥିବା କଅଁଳ ହାତଗୋଡ଼
ଯନ୍ତ୍ରଣାରେ କଲବଲ ହେଉଥାଏ,
ଆଶାର ବସା ବାନ୍ଧି ସାରିବା ପରେ
ଜୀବନ ଜ୍ୟାମିତି ଯେ କେବଳ
ସରଳ ରେଖାରେ ସୀମିତ ନୁହେଁ ଅନୁଭବ କରୁଥାଏ ।
ଜୀବନ୍ ଜିଇଁବାର ଅଛି ଆଗକୁ
ଥକିବାର ନାହିଁ ମୋତେ
ନିଜକୁ ପଥର ସଜେଇ ଲଢ଼ିବି ମୁଁ
ମୋ ପ୍ରତିକୂଳ ପରିସ୍ଥିତି ସାଥେ ।।