STORYMIRROR

kahnu charan sahu

Abstract Action

3  

kahnu charan sahu

Abstract Action

ସମୟ ବାଧ୍ୟକରେ

ସମୟ ବାଧ୍ୟକରେ

1 min
8

ମୁଁ ଖୋଜିବୁଲେ

ସେଥିପାଇଁ ତ

ଚାପିବାକୁ ପଡେ

ଅଭାବୀ ଆଖିରେ

ଉଛୁଳା ଢେଉର ବନ୍ୟା ।


କାନ୍ଦିବାକୁ ପସନ୍ଦ କରେନି

ବୋଧେ ସେଥିପାଇଁ

ସମୟ ବାଧ୍ୟକରେ

ନିଗାଡ଼ିବାକୁ ସମୁଦ୍ରିଏ ପାଣି

ଦୁନିଆକୁ ମୋର କହୁଥିବା ନୟନରୁ ।


ଅନେକ ଙ୍କୁ ଆପଣାର କରିବାର ନିଶାରେ

ଜାଣେନା କାହିଁକି ନିଜକୁ

କ୍ଷତାକ୍ତ କରିଚାଲେ ଅପଲକ,

ଅଭିମାନର ଅନଳରେ ଜଳିବାକୁ ହିଁ ପଡ଼େ

ମୂର୍ଚ୍ଛିଦେଇ ଜୀବନର ଅବୟବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract