STORYMIRROR

kahnu charan sahu

Abstract

3  

kahnu charan sahu

Abstract

ଆତ୍ମହତ୍ୟା

ଆତ୍ମହତ୍ୟା

1 min
137



ମଣିଷର ଆଶା

ଯେତିକି ବଢିଚାଲେ

ନିଜକୁ ଆଉ କାହାର

ବୋଲାଇବାକୁ

ସେତେବେଳେ କଷ୍ଟର ପରିମାଣ

ଆହୁରି ଅଧିକ ହେଇଯାଏ ।


କିଏ ବୁଝେ, କିଏ ଅବୁଝା ହୁଏ ?

କିଏ ସହେ, କିଏ ହାରିଯାଏ ?

ନିଜତ୍ବକୁ ହରେଇ ବସିବାପରେ

ଯେଉଁ ପ୍ରେମକୁ ଈଶ୍ୱର ମଣେ

ଦୁନିଆ ତାକୁ ପାଗଳାମି କୁହେ ।


ଶେଷରେ ବଞ୍ଚିବାକୁ

ଚାହୁଁରହିବା ମଣିଷ

ବାଛିନିଏ ନିର୍ଜନ ପଥଟିଏ

ଯେଉଁଠି କେବଳ ଶବ ଝୁଲୁଥାଏ

ଆଉ ତାକୁ ଚାହୁଁଥିବା ମଣିଷ

ଆଖିରୁ ଲୁହ ଗଡଉ ଥାଏ

ହେଲେ ସିଏ ଯାହାକୁ ଚାହୁଁଥାଏ

ସିଏ ନିଖୋଜ ଥାଏ ।।


Rate this content
Log in

Similar oriya poem from Abstract