STORYMIRROR

Kabiratna Nutan Kumar Behera

Abstract Inspirational

3  

Kabiratna Nutan Kumar Behera

Abstract Inspirational

ଶ୍ରଦ୍ଧା

ଶ୍ରଦ୍ଧା

1 min
171


ପବିତ୍ର ମନରେ ଅନାବିକ ଭାବରେ

ହୃଦୟରୁ ପ୍ରକୃତ ଭଲ ପାଇବା ହିଁ "ଶ୍ରଦ୍ଧା"

ଦେବ ସୁଲଭ ମହନୀୟ ଗୁଣ

ମାନବଙ୍କୁ ଈଶ୍ବରଙ୍କର ଅନୁପମ ବରଦାନ

ଥିଲେ ହୃଦେ ଶ୍ରଦ୍ଧା ଆସେ ନାହିଁ ସ୍ପର୍ଦ୍ଧା

ମମତାର ମଧୁର ବନ୍ଧନରେ ଜଣେ

ଆଉ ଜଣକ ସାଥୀରେ ହୋଇଥାଏ ବନ୍ଧା

ପରସ୍ପରର ସୌଜନ୍ୟ ମୂଳକ ସାକ୍ଷାତରେ

ଅନ୍ତରରୁ ଝରି ପଡେ ସ୍ବର୍ଗୀୟ ସୁଧା

ଶ୍ରଦ୍ଧା ଭାବରୁ ଭକ୍ତି ସେବା ଯତ୍ନ ତ୍ୟାଗ

ସମର୍ପଣରେ ଜୀବନ କରେ ଉତ୍ସର୍ଗ

ପାର୍ଥିବ ସଂପର୍କର ଅତୁଟ ଏ ଆନ୍ତରିକତା

ଦାୟିତ୍ବ ରଖି କର୍ତ୍ତବ୍ୟ କରିବାକୁ 

ପ୍ରତ୍ୟକ୍ଷ ପରୋକ୍ଷରେ ଯୋଗାଏ ପ୍ରେରଣା

ଶାନ୍ତ ସରଳ ସ୍ବଭାବର ଏ ସମ୍ଵେଦନଶୀଳତା

ଦୟା କ୍ଷମା ଗୁଣ ସାଥେ ଆଣିଦିଏ ସହାନୁଭୂତି

ହୃଦୟୁ ଆରତ ଜନଙ୍କୁ ଦେଖାଏ ଅନୁକମ୍ପା

ଶ୍ରଦ୍ଧା ଭାବ ଜୀବନେ ଭରିଦିଏ ଉତ୍ସାହ

ଉଦ୍ୟମ ଚେଷ୍ଟାକୁ ରଖିଥାଏ ଜାଗ୍ରତ

ଶ୍ରଦ୍ଧାବାନ ଲଭଇ ବିଶେଷ ଜ୍ଞାନ

ଜୀବନ ଗଠନେ ଯା' ହୋଇଥାଏ ସହାୟକ

ଏ ଏକ ସମାଜ ସ୍ରୋତର କ୍ରମ ପ୍ରବାହ

ହୃଦୟରୁ ନ ସ୍ଫୁରିଲେ ଶ୍ରଦ୍ଧାଭାବ

ଅନ୍ତର୍ନିହିତ ପ୍ରତିଭାର ହୁଏ ନାହିଁ ବିକାଶ

ପାଏ ନାହିଁ ଜଣେ ସୁବିଧା ସୁଯୋଗ

ଆସେନା ତାର ବାସ୍ତବ ଜ୍ଞାନର ଅନୁଭବ

ଶ୍ରଦ୍ଧାରେ ହୁଏ ଆତ୍ମସଂସ୍କାର ଆସେ ସୂକ୍ଷ୍ମବୁଦ୍ଧି

ଶୀର୍ଷତମ ସୋପାନକୁ ନେଇ ଯିବାର

ଚଳନ୍ତି ଧାରାର ଏ ଆରୋହ ପ୍ରକ୍ରିୟା

ମନେ ଭରିଦିଏ ଉଚ୍ଚ ଆଶା ଆକାଂକ୍ଷା

ଧୈର୍ଯ୍ୟ ସାହାସ ଧରି ରହେ ସାଧନାର ପଥେ

ଏକାଗ୍ରତାର ଲକ୍ଷ୍ୟ ନେଇ କରେ ସଂକଳ୍ପ

ଯା' ହୁଏ ଜୀବନର ସର୍ବଶ୍ରେଷ୍ଠ ଶିକ୍ଷା।


Rate this content
Log in

Similar oriya poem from Abstract