STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ସର୍ବ ଶକ୍ତିମୟୀ

ସର୍ବ ଶକ୍ତିମୟୀ

1 min
32


ନାରୀ ସେ ସୁଭଦ୍ରା

ସଦା ଶାନ୍ତ ସୁହାଗିନୀ

ନାରୀ ସିଏ ଦୁର୍ଗା ଶକ୍ତିମୟୀ 

ପାପ ବିନାଶିନୀ।

ନାରୀ ସେ ସାରଳା ବିଦ୍ଯାରୂପି

ଆଲୋକ ଦାୟିନୀ

ନାରୀ ସେ ମଙ୍ଗଳା ମମତାମୟୀ 

ମଙ୍ଗଳ କାରିଣୀ।


ନାରୀ ସିଏ ଉଗ୍ରରୂପି ଉଗ୍ର ତାରା 

ନୀଳ ସରସ୍ଵତୀ

ନାରାୟଣୀ ବିପଦ ହାରିଣୀ ତାରିଣୀ 

ଭବ ଦୁଃଖ ହାରି ମାଆ ଭଗବତୀ।


ସବୁରି ଚିତ୍ତ ଚରିତ୍ର କୁ ମାର୍ଜିତ କରେ ନାରୀ

ବୋଲାଇ ଚର୍ଚ୍ଚିକା

ଦୁଃଖ ର ଯୁଆର, ତାଲାଗି

ଭଟ୍ଟା ହୋଇଯାଏ

ସେ ଲାଗି ନରୀ ପରମ ବୈଷ୍ଣବୀ

ମାଆ ଭଟ୍ଟାରିକା।


ନାରୀ ନୁହେଁ ଅବଳା ଦୁର୍ବଳା

ସିଏ ଭୈରବୀ , ଭୀଷଣା 

ପୁଣି କମଳ ଆସୀନ କମଳା

ତା ପ୍ରତି ଅସମ୍ମାନ ଅର୍ଥ

ଅସହ୍ୟ ହୋଇବ ଜୀବନର ଜ୍ଵଳା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract