STORYMIRROR

Panchanan Jena

Abstract

4  

Panchanan Jena

Abstract

ହାଏ ! ସେଦିନ କାହାଣୀ

ହାଏ ! ସେଦିନ କାହାଣୀ

1 min
24


ସେଦିନ ତମେ 

ସ୍କୁଲ ବାରଣ୍ଡାରେ 

ଚାହିଁଦେଲେ କଣେଇ

ଲାଜରେ ମୁଁହ ପୋତି ନେଉଥିଲି

ମୁଁ ଦରପାଠୋଇ


ସେଦିନ ତମେ 

ଆମ୍ବତୋଟାରେ 

ଛୁଇଁଦେଲେ ନ ଜଣେଇ

ରାଗରେ ତମତମ ହମହମ ହେଉଥିଲି

ମୁଁ ଗାଉଁଲି ବୋଇ


ସେଦିନ ତମେ 

ଚୁମାଦେଲ ଆଖିବୁଜେଇ

ଦୌଡି ପଳେଇଗଲି ହଡ଼ବଡେଇ

ପଡିଗଲି ପଲଙ୍କରେ କଇଁ କଇଁ

ମୁଁ ଶିଙ୍ଗାଣିନାକୀ ଛଇ


ସେଦିନ ତମେ

 ଜାବୋଡି ଧରିନେଲ 

ପାଖକୁ ନେଇ ବସେଇ

ସରମରେ ପାଚିଲା ଆମ୍ବ 

ପରି ନରମି ଯାଇଥିଲି

 ମୁଁ ପୁଷି ବିଲେଇ 


ସେଦିନ ତମେ

 ହାତ ଦେଖୁ ଦେଖୁ 

ଦେଲ ସଲ ସଲେଇ

ଫିକ୍ କିନା ହସିଦେଇ

 ଛାଡି ଛୁଡ଼ି ଦୌଡ଼ି ପଳେଇ ଥିଲି

 ମୁଁ ସରମୀ ଲତା ଲତେଇ


ସେଦିନ ତମେ 

ଅଙ୍କ ବୁଝଉ ବୁଝଉ 

ଟିପିଦେଲ ଆଖି ଦେଖେଇ

ଉପରେ ଗମ୍ଭୀର

 ଭିତରେ କୁରୁଳି କୁରୁଳି ଆତ୍ମହରା 

ମୁଁ ଅଳପ ଫୁଲେଇ


ସେଦିନ ତମେ 

ସାଇକେଲ ଆଗରେ ବସେଇ

 ମେଳା ନେଲ ବୁଲେଇ

ହଳଦୀ ଗୁରୁ ଗୁରୁ ପିଠି 

ଅନୁଭବୁ ଥିଲା ଛାତିର ସ୍ପନ୍ଦନ 

ମୁଁ ଅଳପ ଘସେଇ


ସେଦିନ ତମେ

 ଆଖି ମାରୁଥିଲ 

ଦେଖୁ ଦେଖୁ ଭିଡ଼ରେ ସହି

ମୁହଁ ମୋଡି ଦେଇ

 ଅଣଦେଖା କରିଦେଇ

ପାହୁଣ୍ଡ ପକେଇ ପଳେଇ ଯାଉଥିଲି 

ମୁଁ ଅଳପ ରାଗେଇ


ସେଦିନ ଯଦି

ସିଆଣି ଠାଣିରେ

ବୁଝି ପାରିଥାନ୍ତି

ତୁମ ସ୍ନେହ ସରଣୀ

ତୁମ ପ୍ରେମ କରଣୀ

ତୁମ ଉଲ ପାଇବାର ବାଣୀ

 ତୁମ ପ୍ରାରମ୍ଭିକ କାହାଣୀ


ହାଏ ! ନା ହେଲି ଘରଣୀ

ହାଏ : ନା ହେଲି ଗୃହିଣୀ

ହାଏ ! ନା ହେଲି ପ୍ରେମିକା ରାଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract