STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଶୀତ ସମ୍ବତ୍ସର

ଶୀତ ସମ୍ବତ୍ସର

1 min
4

କବିତା - ଶୀତର ସମ୍ବତ୍ସର
 ରଚନା - ପଞ୍ଚାନନ ଜେନା
ତାରିଖ -୧୦-୧୨-୨୦୨୫
 ++++++++++++++++++
ଆସିଛି ଡିସେମ୍ବର
 ଫି ବର୍ଷପରି ଏଥର ବି ଶୀତର ସମ୍ବତ୍ସର

 ଅସିଛି ଡିସେମ୍ବର
ଆଣିଛି ସାଙ୍ଗରେ କମ୍ବଳେ ଶୀତ କାକର
ଆଣିଛି ପାହାନ୍ତିଆ ନିଆଁପୁଆ କୁହୁଡି ଚାଦର
ଆଣିଛି କଅଁଳ ଖରାପିଠିଆ ଅଳସି ମହ୍ଲାର
ଫି ବର୍ଷପରି ଏଥର ବି ଶୀତର ସ୍ୱୟଂବର

 ଆସିଛି ଡିସେମ୍ବର
ବୋଉ ବାହାର କଲାଣି କାଶ୍ମିରୀ ସାଲ ମଫଲର
 ହାତବୁଣାବାପାଙ୍କ ଟୋପି ହଳଦିଆ ହାଫ ସ୍ଵେଟର
 ଟାଣ ଖରାରେ ଶୁଖାଇ ରେଜେଇ ଚଉତି ରଖେ ଘର ଭିତର
 ଫି ବର୍ଷପରି ଏଥର ବି ଶୀତର ବହୁ ଆଡ଼ମ୍ବର

 ଆସିଛି ଡିସେମ୍ବର
 ସାଥିରେ ମାର୍ଗଶିର ଗୁରୁବାର ଝୋଟିର ଚିତ୍ରାହାର
 ଘରେ ପୁରେ ବଡି ଅନ୍ଧାର ପୂର୍ବରୁ ଶଙ୍ଖ ହୁଳୁହୁଳି ସ୍ୱର
 କୂଳ ଭୂଆାସୁଣୀମାନେ ପଢ଼ନ୍ତି କମ ଶୁଣନ୍ତି ବେଶି ଲକ୍ଷ୍ମୀପୁରାଣ ଏଥର
 ଫି ବର୍ଷ ପରି ଏଥର ବି ଶୀତର ଆର୍ତ୍ତସ୍ୱର

 ଆସିଛି ଡିସେମ୍ବର
 ଧାନ କାଟୁଛି ମାଟିର ମଣିଷ ଶୀତକୁ କରି ଦେଖାତିର
 ସିମେଣ୍ଟ ଗୋଳଉଛୁ ଦାଦନ ଶ୍ରମିକ ଶୀତକୁ ମାରି ଆଖିଠାର
 କୁହୁଡି ବଳୟ ଚିରି ବସ୍ ଟ୍ରେନ୍ ଧାଇଁଛନ୍ତି ଶୀତକୁ ଠେଲିଦେଇ ଆଗଭର ଗାଁ ଛକରେ ଚା' ବାମ୍ଫରେ ରାଜଧାନୀ ରାଜନୀତିର
ଗରମ ଚର୍ଚ୍ଚାରେ ଶୀତଟା କ୍ଷଣଭଙ୍ଗୁର
ଫି ବର୍ଷ ପରି ଏଥର ଶୀତ ମାଉସୀଟା ରାଗି ରହିଛି କୋଶେ ଦୂର


Rate this content
Log in

Similar oriya poem from Fantasy