STORYMIRROR

Panchanan Jena

Inspirational

4  

Panchanan Jena

Inspirational

କାହିଁ ବ୍ୟତିକ୍ରମ?

କାହିଁ ବ୍ୟତିକ୍ରମ?

1 min
0

କବିତା - କାହିଁ ବ୍ୟତିକ୍ରମ ?
ରଚନା - ପଞ୍ଚାନନ ଜେନା
 ତାରିଖ -୦୫-୦୩-୨୦୨୬
 +++++++++++++++++
ସଂପର୍କ ପରା ଶ୍ରଦ୍ଧା ଉପରେ
 ନୀତି ନିୟମ ପରା ନିୟତି କରେ
 ପ୍ରତିଜ୍ଞା କାହିଁ ଦରକାର ?
ପ୍ରତୀକ୍ଷା କାହିଁକି ଥରକୁ ଥର ?
 ନିରୀକ୍ଷା ତୀତିକ୍ଷା କରେ ନିଜକୁ ଇତର

 ହେଇ ଦେଖୁନ
ସକାଳୁ ଦେଖା କରିବାର ପ୍ରତିଜ୍ଞା ନ କରି ବି
ସୂର୍ଯ୍ୟ ସବୁ ଦିନ ଦର୍ଶନ ଦିଏ
ଆମେ ଆଖି ନ ଖୋଲୁଣୁ ଉଇଁ ଆସେ
ଅରୁଣିମା ପ୍ରସାରି ଆଲୋକ ବିତରି ହସେ
ସମୟାନୁବର୍ତ୍ତିତା ସକଳ ଶକ୍ତିର ଉତ୍ସରେ କାହିଁ ବ୍ୟତିକ୍ରମ?

 ଆହୁରି ପରଖୁନ
 ସାଗର ସହିତ ମିଶିବାର ପ୍ରତିଜ୍ଞା ନ କରି ବି
 ନଈ ନିତି ମିଶୁଥାଏ
ପାହାଡ଼ ଉପରୁ ବାହାରି ଯାଏ
 କୁଳୁକୁଳୁ ସଂଗୀତ ଗାଇ ଗଡିଯାଏ
ବଙ୍କା ଢେଙ୍କା ଦୁର୍ଗମ ପଥ ଡେଇଁ
ଶେଷରେ ସାଗର ସଙ୍ଗମ କରୁଥାଏ
ମିଳନ ଋତୁରେ ଜୁଆର ଭଟ୍ଟାରେ କାହିଁ ବ୍ୟତିକ୍ରମ?

 ଆହୁରି ନିରେଖୁନ
 ଫୁଲ ଫଳ ଦେବାର ପ୍ରତିଜ୍ଞା ନ କରି ବି
ପାଦପ ପ୍ରତି ବାଣ୍ଟୁଥାଏ
ଯେତେ ଡାଳ ହାଣିଲି ବି
ଯେତେ ପତ୍ରଝଡ଼ା ପରେ ବି
 ଦେବାରେ ଦାନ କରିବାରେ କାହିଁ ବ୍ୟତିକ୍ରମ ?

 ଆହୁରି ହେଜୁନ
 ସ୍ନେହ ମମତା ବାଣ୍ଟିବାର ପ୍ରତିଜ୍ଞା ନ କରି ବି
ମାଆ ଜନ୍ମରୁ ପାଳୁଥାଏ
ନିଜ ପେଟ କାଟି ବଢ଼ଉଥାଏ
 ନିଜ ନିଦ ସ୍ଵେଦ ଛାଟି ଚଉଲୁ ଥାଏ
 ସେବାରେ ଶୁଶୃଷାରେ ସମର୍ପଣରେ କାହିଁ ବ୍ୟତିକ୍ରମ ?

 ଯେଉଁଠି ଅଛି ଭକ୍ତି ଆସକ୍ତି ଅନୁରକ୍ତି
ପ୍ରତିଜ୍ଞା କରିବାର ନାହିଁ ଆବଶ୍ୟକତା
ରାଣ ନିୟମ ପକେଇବାର ନାହିଁ ପାରଦର୍ଶିତା

 ମୋତେ ଲାଗେ ପ୍ରତିଜ୍ଞା କରିବା
ଲକ୍ଷଣଗାର ଟାଣିବା
ବାଧ୍ୟ ବାଧକତା କରିବା
ନିଜ ସହିତ ଛଳନା ଭ୍ରମ
ଆତ୍ମ ସମ୍ମାନ ପାଇଁ ଆକାଶ କୁସୁମ


Rate this content
Log in

Similar oriya poem from Inspirational