STORYMIRROR

Panchanan Jena

Tragedy

3  

Panchanan Jena

Tragedy

ନେପଥ୍ୟେ ରହି

ନେପଥ୍ୟେ ରହି

1 min
0

କବିତା - ନେପଥ୍ୟେ ରହି
ରଚନା - ପଞ୍ଚାନନ ଜେନା
 ତାରିଖ -୨୩-୦୩-୨୦୨୬
 +++++++++++++++++
 ଫାଙ୍କା ରାତିଟା
 ପେଟେ ଭୋକକୁ କୋଳେଇ
ନା ପାରୁଛି ଶୋଇ
ନା ପାରୁଛି ଚେଇଁ
ଖାଲି କଡ଼ ଲେଉଟୁଛି
 ଇନ୍ଦିରା ଆବାସ୍ ଘର ଛାତକୁ
ଦୈବାତ୍ ଦେଇ ଅନେଇ

 ପେଟରେ ଅନ୍ନର କୋଳାହଳ
ଆଖିରେ ନିଦର ଦେଶାନ୍ତରୀ ଜଞ୍ଜାଳ
ଆଖିବୁଜି ନିଦକୁ ଆପଣେଇ
 ନା ଶୋଷ ମେଣ୍ଟୁଛି
ନା ସ୍ଵପ୍ନ ଆସୁଛି
ଅଭିନୟ କରୁ କରୁ ପଡୁଛି ଘୁମେଇ
 ଅକସ୍ମାତ୍ ଛାତି ଫାଟି ପଡୁଛି ବାହୁନେଇ

 ଶୁଣିଥିଲି ଅନ୍ନ ଚିନ୍ତା ଚମତ୍କାର
 ଏବେ ଶୁଣୁଛି ଯୁଦ୍ଧ ଚିନ୍ତା ଆହୁରି ଚମତ୍କାର
 ଇରାନ୍ ଉପରେ
 ଆମେରିକା - ଇସ୍ରାଏଲର ମିଳିତ ପ୍ରହାର
 ମହଣ ମହଣ ଅହଂକାରକୁ ମୁଠେଇ
ନା ପାରୁଛି ବୁଝେଇ
ନା ପାରୁଛି ଭାଗନେଇ
 କେବଳ ଚା' ଦୋକାନ ଖଟିରେ
 ତର୍କ କରୁଛି ହାମୁଡେଇ
ପ୍ରତି ଯତିପାତରେ
 ତୁଣ୍ଡ କମାଣ ଦେଉଛି ଫୁଟେଇ

 ଯୁଦ୍ଧର ଘନଘଟାକୁ ଆକଳେଇ
 ନା ପାରୁଛି ଗ୍ୟାସ ସିଲିଣ୍ଡର ଯୋଗେଇ
ନା ପାରୁଛି ଟ୍ରମ୍ପ - ନେତନୟାହୁକୁ କହି
କେବଳ ଆଲୋଚନା ପର୍ଯ୍ୟାଲୋଚନାକୁ ନେଇ
ତୃତୀୟ ବିଶ୍ଵଯୁଦ୍ଧ ହୋଇପାରେ ଠଉରେଇ
ନୀରବଦ୍ରଷ୍ଟା ସାଜୁଛି ନେପଥ୍ୟେ ରହି ଖବର ଅନୁଯାୟୀ


Rate this content
Log in

Similar oriya poem from Tragedy