STORYMIRROR

Panchanan Jena

Romance

4  

Panchanan Jena

Romance

ସରିଲା ଭାଗବତ

ସରିଲା ଭାଗବତ

1 min
0

ସରିଲା - ସରିଲା ଭାଗବତ
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୩-୨୦୨୬
 +++++++++++++++++
 କେହି ମୋତେ ପଚାରିବନି
ବିରହ ବେଦନା ନାଶକ ଔଷଧପରି
 ଛାତି ଥରା ଶବ୍ଦ ସମ୍ଭାର
 ରଫ୍ ଖାତାର ପୃଷ୍ଠା ମଣ୍ଡନ ଅକ୍ଷର
କାହାପାଇଁ ଉତ୍ସର୍ଗ
ଅତୀତ ପ୍ରେମର ପ୍ରତୀକ ସନ୍ତକ
କହୁଛି ଶେଷ ନିଃଶ୍ୱାସ ପ୍ରଶ୍ୱାସ ପାଇଁ ବିସର୍ଗ

 ମୋତେ କେହି ବ୍ୟସ୍ତ ବିବ୍ରତ କରିବନି
ମିଳନ ଭିତ୍ତିକ ସବୁଜ ସଙ୍କେତ ସବୁ
ବାସନାର ସାଙ୍କେତିକ ପଦ ଇଙ୍ଗିତ ସବୁ
କାମନାର ଆବେଗରେ ଆନନ୍ଦିତ କବିତା ସବୁ
କାହା ପାଇଁ ବନ୍ଦିତ ନିବେଦିତ
କାହା ଚରଣାଶ୍ରିତ
 କାହା ପାଇଁ ନିଝୁମ ରାତିର ଅନ୍ଧାରେ ରଚିତ
 ମୋ ଅଧୁନା ପ୍ରେମୀକା ପାଇଁ ସମର୍ପିତ
କହିଦେଲି ମାନିନେଲି ସରିଲା ଭାଗବତ

 କଥାରେ କହନ୍ତି
ଯେତେ ଶୁଣିଲେ ଭାଗବତ
 ତୋଷ ନୋହିଲା ମୋର ଚିତ୍ତ
ସେହି ନ୍ୟାୟରେ ପୁଣି ପ୍ରଶ୍ନବାଣ ହାଙ୍କିପାର
ପୁଣି ତର୍କ ବିତର୍କର ବିଷମଞ୍ଜି ପୋତି ପାର
 ପୁଣି ଐତିହାସିକ ପରି ଖୋଜିବା ଆରମ୍ଭି ପାର

 ଶେଷ ଅନୁରୋଧ ମୋର
 କରବଦ୍ଧ ବିନମ୍ର ନିବେଦନ
ଅତୀତ ବା ଅଧୁନା ପ୍ରେମୀକା କିଏ
ପଚାରିବେନି ଜାଣତରେ ଅବା ଅଜାଣତରେ
 ରାଣ ରହିଲା ଆକୁଳ ଆବେଦନ ।


Rate this content
Log in

Similar oriya poem from Romance