STORYMIRROR

Mr.GAGAN BIHARI NAYAK

Action Fantasy

4  

Mr.GAGAN BIHARI NAYAK

Action Fantasy

ଆଧୂନିକ ନାରୀ

ଆଧୂନିକ ନାରୀ

1 min
363


ଆଧୂନିକ ଯୁଗେ ଆଧୁନିକା ନାରୀ

ଆଧୂନିକ ବେଶ ଭୂଶା ।

କଥା ପଦକରେ ବାହାରି ଆସୁଛି

ବିଦେଶୀ ଇଂରେଜୀ ଭାଷା ।।

ହାଇହିଲ ସାଥେ ଷ୍ଟାଇଲଶ ଜିନ

ଟପଅପରେ କଟା ଗଞ୍ଜି।

ହେୟର ଷ୍ଟାଇଲ ଷ୍ଟାଣ୍ଡାର୍ଡରାଇଜରେ

ଦେହକୁ ରଖନ୍ତି ଖଞ୍ଜି।।

ଚଷମା ଆଖିରେ ରେବନ ବ୍ରାଣ୍ଡେଡ ।

ଟିନି ବ୍ଯାଗ ଧରି ହାତେ ।

ଚାଲୁଥାନ୍ତି ଚାଲି ବାଟ ଯାଏ ହଲି 

ସତେକି ଫିଲ୍ମ ଗୀତେ ।

ବୁଲିବାରେ ବେଶି ନକରି ରୋଷେଇ

ଖାଆନ୍ତି ବର୍ଗର ପିଜା ।

ଓଗିସୋଗି ଆଉ ଜୋମାଟୋ କୁ ଡାକି

କରିଥାନ୍ତି ପେଟ ପୂଜା।।

ପାର୍କ ମଲ ରେ ଭିଡ ଜମିଥାଏ

ଦେଖି ଦେଖାଣିଆ ଦେଶ ।

ବଦଳିଲେ ଦେଶ ବେଶ ବି ବଦଳେ

କିଏ ବା' କରିବ କିସ।।

ନିଜେ ଆଗେଇଲେ ଦେଶ ଆଗେଇବ

ଆଗୁଆ ରହିବା କଥା ।

ଯିଏ ଯାହା କହୁ କିବା ଯାଏ ଆସେ

ତଳକୁ ନ କର ମଥା ।।

ସଂସ୍କାର ସଂସ୍କୃତି କଥା କୁ ନଭୁଲି

ସମୟ ସାଥିରେ ଚଳି ।

ସମାଜ ଆମର ବଦଳିବା ପାଇଁ

ସଭିଏଁ ରହିବା ମିଳି ।।


Rate this content
Log in

Similar oriya poem from Action