ସତ୍କର୍ମେ ମିଳିଥାଏ ସ୍ବାଦ
ସତ୍କର୍ମେ ମିଳିଥାଏ ସ୍ବାଦ
ପଦ ପଦବୀର ଲାଳସାର ଜନ
ମଣିଷତ୍ୱ ସବୁ ଭୁଲନ୍ତି
ଅନ୍ଧ ହୋଇ ବିବେକ ହରାଇ ଭୁଲନ୍ତି
ସବୁ ମଣିଷ ନୀତି ।
ନିର୍ଲଜ ସେ, ଆତ୍ମ ସନମାନ କୁଆଡୁ
ଆସିବ ତାର
ସଦା ସେ ସ୍ୱାର୍ଥରତ ରହେ, ନୀଚଗାମୀ
ଧର୍ମ ତାର ।
ସ୍ବାଭିମାନପଣ ଭୁଲି ନିଜ ପ୍ରତିଭାକୁ
ବଳି ଦେଇଥାଏ
କୋହର ଛାତିରେ ଅଯୋଗ୍ୟକୁ
ମଥାରେ ମୁଣ୍ଡାଇ ଥାଏ ।
ଜାଣି ସବୁ ତତ୍ତ୍ୱ ବାଣୀ ଆତ୍ମ
ପ୍ରତିଷ୍ଠାରେ ଥାଏ ବ୍ରତୀ
ଧର୍ମ ଅଧର୍ମ ଅବା ନୀତି ଅଜ୍ଞାନ
ରୁ ଜାଣି ନପାରନ୍ତି ।
ସତ୍କର୍ମେ ମିଳେ ଆଶୀର୍ବାଦ, ଅସତ
କର୍ମେ ଅପବାଦ
ଏହାର ଜାଣିଲେ ପ୍ରଭେଦ, ଜୀବନେ
ମିଳିଥାଏ ସ୍ବାଦ ।
