STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଶପଥ

ଶପଥ

1 min
139


ଜୀବନରେ କେବେ ହାରିବା ନାହିଁ

ଏ ଭଳି ଶପଥ ନେବା

ହୁଏତ ଆଜି ଦିନଟି ତୁମ ଅବା ମୋ ପାଇଁ

କଠିନ ଅଛି,

କାଲି ବି ଅନ୍ଧାର ଆସି ପାରେ

କିନ୍ତୁ ତାହା ଚିର ସ୍ଥାୟୀ ନୁହେଁ,

ଅବଶ୍ୟ ତା ପର ଦିନ

ସୁର୍ଯୋଦୟ ନିଶ୍ଚିତ।

ଜୀବନରେ ସଂଘର୍ଷ ଆସିବ

ସଂଘର୍ଷ ଯେତେ ଅଧିକ ହୋଇ ଥାଏ

ବିଜୟର ଆନନ୍ଦ ବି ସେତେ ଅଧିକ ହୁଏ,

ତେବେ ଭାଙ୍ଗି ପଡ଼ିବା କାହିଁକି,?

ଜୀବନର ଅନ୍ୟ ନାମ ହାରିବା ଓ ଜିତିବା

ଉଭୟଙ୍କୁ ସମାନ ଭାବେ ଗ୍ରହଣ କରିବା

ଏହା ହେଉଛି ସମୟର ଆହ୍ବାନ।

ନିଜ କର୍ମ କ୍ଷେତ୍ରେ କର୍ମ କରି

ସତ୍ ପଥେ ଚାଳିତ ହେବା

ଆମ ଭାଗ୍ୟ ଆମେ ଗଢ଼ିବା

ଆସ ଶପଥ ନେବା

ଆମ ଭାଗ୍ୟ ଡୋରି ଆମ ହାତରେ

ଇଶ୍ୱର ଙ୍କ ଠାରେ ବିଶ୍ୱାସ ରଖିବା

ଆସ ଆମେ ଶପଥ ନେବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action