STORYMIRROR

Binata Mohanta

Action Classics

3  

Binata Mohanta

Action Classics

ମା'ଗୋ କର ତମେ କୃପା

ମା'ଗୋ କର ତମେ କୃପା

1 min
387

ମୃଦୁ ଶୀତ ନେଇ ଆଶ୍ଵିନ କଲା ପଦାର୍ପଣ

     ହସୁଛି ଧରଣୀ ସବୁଜିମା ରୂପ କରି ଧାରଣ ।। 


କାଶତଣ୍ଡୀ ଫୁଟି ଧରା ଦିଶୁଛି ଧୋବ ଫରଫର

   ଜଗତ୍ ଜନନୀ ଧରାବତରଣ କରିବାକୁ ତତ୍ପର ।। 


କିନ୍ତୁ ବିଗତ ବର୍ଷରୁ ସମସ୍ତ ପର୍ବ ହୋଇଛି ବେରସ

  ପାର୍ବଣ ଆସିଲେ ‌ଜନମାନସ ହେଉଛନ୍ତି ନିରାଶ ।। 


ହରାଇଥିବା ପ୍ରିୟଜନଙ୍କୁ ଖୋଜୁଛି ଦରଦି ମନ

    ଅପେକ୍ଷାରତ ସ୍ମୃତିରେ ଲୋତକ ଭରା ନୟନ ।। 


ବନ୍ଦ ହେଲା ମେଳା ମହୋତ୍ସବ, ସାମାଜିକ କାର୍ଯ୍ୟକ୍ରମ

 ଏକ ପରେ ଏକ ଲାଗୁ ହେଉଛି କଠୋର ନୀତି ନିୟମ ।।


ଲକଡାଉନ,ସଟଡାଉନ, ସାମାଜିକ ଦୂରତାର ବଖାଣ

   ରୋଜଗାରକ୍ଷମ ବେକାର ହେବା ତମରି ଇଚ୍ଛା କ'ଣ ? 


ପୁଣି ଥରେ ଆରମ୍ଭ ହେଉ ସାଧାରଣ ଜୀବନ ଯାପନ

   ପୋଛିଦିଅ ସଭିଙ୍କ ମନୁ ହତାଶ, ନାଶ ସଂକ୍ରମଣ  ।। 


ମା' ଗୋ କର ତମେ କୃପା,ଦେଖାଅ ଅନୁକମ୍ପା

    ତମ ମହିମା ଆଶିଷେ ଜଗତେ ବାଜୁ ଜଗଝମ୍ପା ।। 


ସମଗ୍ର ବିଶ୍ଵରୁ ବିନାଶ ହେଉ ଏହି ମହାମାରୀ

     ମା' ଜଗତ ଜନନୀ ଚରଣେ ଏତିକି ଗୁହାରୀ ।। 


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action